pakka

ଖୁରିପାଣି ଗାଁର ପାନୀୟଜଳ ସମସ୍ୟାକୁ ନେଇ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

bbehera

ପାଟଣାଗଡ଼, (କେପିଏନ୍‌ଏସ୍‌) : ଖୁରିପାଣି ଗାଁର ପାନୀୟଜଳ ସମସ୍ୟାକୁ ନେଇ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ । ସୂଚନା ଅନୁସାରେ ପାଟଣାଗଡ଼ ବ୍ଲକ ଲରମା ପଞ୍ଚାୟତ ଖୁରିପାଣି ଗାଁରେ ପାନୀୟଜଳ ସମସ୍ୟାକୁ ନେଇ ଗ୍ରାମବାସୀ ଦୀର୍ଘ ଦିନ ଧରି ଜିଲ୍ଲାପାଳ, ବ୍ଲକ ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ପାଖରେ ଗୁହାରି କରି ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ଶେଷରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ମଧ୍ୟ କରିଥିଲେ । ତେବେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗ୍ରାମରେ ପ୍ଲୋରାଇଡ଼ଯୁକ୍ତ ପାଣି ଯୋଗୁଁ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଅଳ୍ପ ବୟସରେ ମୃତ୍ୟୁବରଣ କରୁଛନ୍ତି । ତେବେ ଏହାକୁ ନେଇ ଲିଖିତ ଭାବେ ମଙ୍ଗଳବାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୁକନ୍ୟା ଶକ୍ତି ସଂଗଠନ ସଂପାଦକ ଉଦୟ ଚନ୍ଦନ ଭୋଇଙ୍କ ନେତୃତ୍ୱରେ ଗ୍ରାମବାସୀମାନଙ୍କ ସହ ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳମାଧବ ସୁନାଙ୍କୁ ଲିଖିତ ଦାବୀପତ୍ର ପ୍ରଦାନ କରିଥିଲେ । ଦାବୀପତ୍ର ପ୍ରଦାନ କରିବା ସମୟରେ ସଂଗଠନ କର୍ମମର୍ତ୍ତା ସଦସ୍ୟ ଉପସ୍ଥିତ ଥିଲେ । ଲିଖିତ ଅଭିଯୋଗ ଅନୁଯାୟୀ ଖୁରିପାଣି ଗାଁରେ ଲାଗି ରହିଥିବା ପାଣି ସମସ୍ୟା ତୁରନ୍ତ ସମାଧାନ କରାନଗଲେ ଆସନ୍ତା ୨୫ ତାରିଖ ଦିନ ପାଟଣାଗଡ଼ ରାମଜୀ ଛକଠାରେ ଗ୍ରାମବାସୀଙ୍କୁ ନେଇ ସୁକନ୍ୟା ଶକ୍ତି ସଂଗଠନ ପକ୍ଷରୁ ଆମରଣ ଅନଶନରେ ବସିବାକୁ ଚେତାବନୀ ଦିଆଯାଇଛି ।

jay balangir
Leave A Reply

Your email address will not be published.

3 + 12 =