୨୧ କେଜି ଗଞ୍ଜେଇ ଜବତ ସହ ଜଣେ ଗିରଫ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ଵର ରେଲୱେ ଷ୍ଟେସନରୁ ୨୧ କେଜି ଗଞ୍ଜେଇ ଜବତ ହୋଇଥିବା ଖବର ମିଳିଛି । ଏହା ସହ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କଲା ଆରପିଏଫ୍ କ୍ରାଇମ୍‌ବ୍ରାଞ୍ଚ । ସୂଚନାନୁଯାୟୀ, ଖୋର୍ଦ୍ଧାରୁ ହରିଦ୍ଵାର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଭୁବନେଶ୍ଵର ରେଲୱେ ଷ୍ଟେସନରେ ମାଡ଼ି ବସିଲା ଆରପିଏଫ୍ କ୍ରାଇମବ୍ରାଞ୍ଚ୍ । କଳିଙ୍ଗ ଉତ୍କଳ ଏକସପ୍ରେସ୍‌ରୁ ୨୧ କେଜି ଗଞ୍ଜେଇ ଜବତ ହୋଇଛି । ଏହା ସହ ଗଞ୍ଜେଇ ବେପାରୀକୁ ଗିରଫ କରିଛି ପୋଲିସ । ଏକ ଟ୍ରାଭେଲ୍ ବ୍ୟାଗ୍‌ରୁ ଏହି ଗଞ୍ଜେଇ ସବୁ ଜବତ ହୋଇଛି । ଏହାର ଆନୁମାନିକ ବଜାର ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି ।

Leave A Reply

Your email address will not be published.

eight + one =