pakka

କେଶରୀ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସ୍ଥିତ କେଶରୀ ମଲ୍‌ରେ ଆଜି ଅଗ୍ନିକାଣ୍ଡ ଘଟିଛି । ମଲ୍‌ର ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ମଲ୍‌ ସମ୍ପୂର୍ଣ୍ଣ ଧୂଆଁମୟ ହୋଇଯାଇଥିବା ଦେଖିବାକୁ ମିଳିଛି । ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ଅପରପକ୍ଷେ ଘଟଣାସ୍ଥଳରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି । ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ମେୟର ।

Leave A Reply

Your email address will not be published.

9 − 1 =