
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସର୍କିଟ ହାଉସ ଠାରେ କପା ଚାଷୀଙ୍କୁ ନେଇ କଂଗ୍ରେସର ବଡ ବୈଠକ । ୭ ଗୋଟି ଜିଲ୍ଲାର କପା ଚାଷୀଙ୍କୁ ନେଇ ଗଠିତ ହେଲା କପା ଚାଷୀ ସଙ୍ଗଠନ । ଆଗାମୀ ଦିନରେ କପା ଚାଷୀଙ୍କ ପାଇଁ କରିବ ସଂଗ୍ରାମ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ରାଜ୍ୟ କିଷାନ୍ କଂଗ୍ରେସର ଅଧ୍ୟକ୍ଷ ଅଭୟ ସାହୁ । ଆଜି ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ କେଶରୀ ନାୟକଙ୍କ ଅଧ୍ୟକ୍ଷତାରେ ସୁବର୍ଣ୍ଣପୁର ସାର୍କିଟ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀ କରି କପା ଚାଷୀଙ୍କୁ ବିଭିନ୍ନ ସମସ୍ୟା ଉପସ୍ଥାପନ କରିବା ସହିତ ଆଗାମୀ ଦିନରେ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପାଖରେ ଚାପ ପକାଯିବ ବୋଲି କହିଛନ୍ତି । ବିଶେଷକରି କପା ଚାଷୀଙ୍କୁ ପ୍ରୋତ୍ସାହନ ସହିତ ସର୍ବନିମ୍ନ ସହାୟକ ମୂଲ୍ୟ ୧୧ ହଜାରକୁ ବୃଦ୍ଧି, କପା ଚାଷୀଙ୍କୁ ବୀମାଭୁକ୍ତ କରିବା, ପ୍ରତି ପଞ୍ଚାୟତରେ ମଣ୍ଡି ବ୍ୟବସ୍ଥା ଓ ସୂତାକଳର ପୁନଃରୁଦ୍ଧାର କରିବା ଆଦି ଦାବି ରଖିଛି ସଙ୍ଗଠନ । ଏହି ବୈଠକରେ ସୁବର୍ଣ୍ଣପୁର ଜିଲ୍ଲାର କପା ଚାଷୀଙ୍କ ସମେତ ପଡ଼ୋଶୀ ବୌଦ୍ଧ, ବଲାଙ୍ଗିର, ବରଗଡ଼, କଳାହାଣ୍ଡି, ରାୟଗଡ଼ା ଓ ନୂଆପଡା ଜିଲ୍ଲାର ଚାଷୀ ସାମିଲ ହୋଇଥିଲେ । ଆଜିର ଏହି ବୈଠକରେ କାର୍ତ୍ତିକେଶ୍ୱର ବରାଳ, ବଲାଙ୍ଗିର କିଷାନ କଂଗ୍ରେସ ସଭାପତି ପତିତପାବନ ପଧାନ, ବରଗଡ଼ ସଭାପତି ଗୁଣମଣି ସାହୁ, କଳାହାଣ୍ଡି ସଭାପତି ସିଦ୍ଧାର୍ଥ ନାୟକ, ବୌଦ୍ଧ ସଭାପତି ତଥା କଣ୍ଟାମାଳ ବିଧାନସଭା ପ୍ରାର୍ଥୀ ସରୋଜ ପ୍ରଧାନ, ନରେନ୍ଦ୍ର ସାହୁ, ଶେଷଦେବ ମେହେର, ବିଜୟ ଭୋଇ, ଭାଗିରଥୀ ବଗର୍ତ୍ତି, ଶୁସାନ୍ତ କାଣ୍ଡ, ପ୍ରମୋଦ ଗୁରୁ, ଅଜିତ କୁମାର ନାୟକ, ସିଦ୍ଧେଶ୍ୱର ଗିରି ପ୍ରମୁଖ ଉପସ୍ଥିତ ଥିଲେ ।