pakka

ସଇଁତଲା ବ୍ଲକରେ ଉନ୍ନୟନ କାର୍ଯ୍ୟ ବାଧା ସାଙ୍ଗକୁ ସମିତି ସଭ୍ୟମାନଙ୍କୁ ଅଣଦେଖା ଓ ମନମୂଖୀ କାର୍ଯ୍ୟକଳାପକୁ ନେଇ ଗର୍ଜିଲା କଂଗ୍ରେସ

bbehera
  • ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କାର୍ଯ୍ୟାଳୟରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେବା ସହ ବ୍ଲକ ପ୍ରଶାସନଙ୍କ ମନମୂଖୀ କାର୍ଯ୍ୟକଳାପ ଓ ଅଣଦେଖା ପ୍ରତିବାଦରେ ଆଜି ସଇଁତଲା ବ୍ଲକ କଂଗ୍ରେସ କମିଟି ଆହ୍ୱାନ କ୍ରମେ ଗଣଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ସଇଁତଲା ବିଡିଓ ଚନ୍ଦ୍ରମଣି ନାଗଙ୍କ ଜରିଆରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଯଦି ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ୭ ଦିନ ମଧ୍ୟରେ କଂଗ୍ରେସ ପୁଣି ଏକ ଆନ୍ଦୋଳନକୁ ଓହ୍ଲାଇବ ବୋଲି କଂଗ୍ରେସ ଦଳ ତରଫରୁ ଚେତାବନୀ ଦିଆଯାଇଛି । ଏଥିରେ ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀଙ୍କ ନେତୃତ୍ୱରେ ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ ଭୋଇ, ଡେଙ୍ଗ ସମିତି ସଭ୍ୟ ସିମରନ ସିଂ ଭୋଇ, ଧରବଗଡ଼ ସମିତି ସଭ୍ୟ ରାକେଶ ନାୟକ, କୁଇକେଡ଼ା ସମିତି ଚାନ୍ଧୁଲାଲ ଭୋଇ, କେରମେଳିର ନବୀନ ରଣା, କୁମ୍ଭାରୀ ସମିତି ସଭ୍ୟା ସରୋଜିନୀ ବିଭାର, ଶ୍ରମିକ ନେତା କୃଷ୍ଣଚନ୍ଦ୍ର ସାହୁ, ଚାଷୀ ନେତା ସତ୍ୟନାରାୟଣ ପଣ୍ଡା, ପୂର୍ବତନ ସରପଞ୍ଚ ଉତ୍ତମ ପୁଟେଲ, ବୁଢ଼ାବାହାଲ ସମିତି ସଭ୍ୟ ମଣ୍ଟୁ ନାଗ, ଯୁବ ନେତା ଜ୍ଞାନରଞ୍ଜନ ସରାଫ, ଦଳିତ ନେତା ତପି କୁମ୍ଭାର ଓ ଯୁବ ସଂଗଠକ ସୁବ୍ରତ ବେହେରା ପ୍ରମୁଖ ଏହି ଗଣଧାରଣାରେ ସାମିଲ ହୋଇ ବିଭିନ୍ନ କାର୍ଯ୍ୟକଳାପ ଓ ବ୍ଲକ ପ୍ରଶାସନ ନିର୍ବାଚିତ ପ୍ରତିନିଧିମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରିଥିଲେ । ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସଇଁତଲା ବ୍ଲକ ପାଇଁ ଆସୁଥିବା ଉନ୍ନୟନମୂଳକ କାର୍ଯ୍ୟ ପ୍ରଶାସନ ପାତରଅନ୍ତର କରୁଛନ୍ତି । ଏପରିକି ଦୀର୍ଘଦିନ ଧରି ମୁଖ୍ୟ ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ, ରନ୍ଧନ ଗ୍ୟାସ ସିଲିଣ୍ଡର ଦର ହ୍ରାସ, ପନିପରିବା ତଥା ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ବୃଦ୍ଧିକୁ ନିୟନ୍ତନ୍ତ୍ରଣ କରିବା, ବିଦ୍ୟୁତ ବିଭାଗର ମନମୂଖୀ ବିଦ୍ୟୁତ ବିଲ୍‌ ଆଦାୟ ଉପରେ ରୋକ ଲଗାଇ ଟାଟା ପାୱାର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଦି ଦାବୀ କରିଥିଲେ । ଏହି ବ୍ଲକକୁ ଉନ୍ନୟନ ପାଇଁ ଆସୁଥିବା ଅନୁଦାନକୁ ଶାସନ ଦଳ ବାଟମାରଣା କରି ସ୍ଥାନୀୟ ବିଡ଼ିଓଙ୍କୁ ଚାପ ପ୍ରୟୋଗ କରୁଛନ୍ତି ବୋଲି ଅଭିଯୋଗ ନେଇ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା, ବେକାରୀ ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ଦେବା ଆଦି ଦାବୀଗୁଡିକ ଧାରଣା ସ୍ଥଳରେ ଉଠାଇ ଥିଲେ । ଯଦି ଦାବୀ ଗୁଡିକ ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କଲେ ତୀବ୍ର ଆନ୍ଦୋଳନ କରାଯାଇ ରାଜରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆଗାମୀ ଦିନରେ ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡିକୁ ତାଲା ମାରି ବନ୍ଦ କରି ଦିଆଯିବ ବୋଲି ଆନ୍ଦୋଳନକାରୀ କଂଗ୍ରେସ କର୍ମୀମାନେ ଚେତାବନୀ ଦେଇଥିଲେ । ଏହି ସଭାକୁ କଂଗ୍ରେସ ଯୁବ ନେତା ପପୁ ମହାନ୍ତି ପରିଚାଳନା କରିଥିବା ବେଳେ ଅନନ୍ତ କାଳସାଏ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ନେତ୍ରୀ ଦୀପାଞ୍ଜଳି ବାରିକ, ଛନ୍ଦାଚରଣ ବେହେରା, ଅମିତ ରଥ, ଦୀପକ ଅଗ୍ରୱାଲ, ଘୁନସର ବାଞ୍ଛାନିଧି ବୁଡ଼େକ, ସରପଞ୍ଚ ନରେନ୍ଦ୍ର କଲେତ, ମୀନକେତନ ସେଠ, ଗଦାଧର ସାହୁ, ଟଙ୍କଧର ସାହୁଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ଏହି ଆନ୍ଦୋଳନ ଦୃଷ୍ଟିରେ ରଖି ଟିଟିଲାଗଡ଼ ଏସଡ଼ିପିଓ ଅଙ୍କିତା କୁମ୍ଭାର, ଥାନା ଆଇଆଇସି ଅବନୀ ସାହୁଙ୍କ ସମେତ ବ୍ୟାପକ ପୋଲିସ ବାହିନୀ ମୁତୟନ ହୋଇଥିଲେ ।

Leave A Reply

Your email address will not be published.

two × one =