pakka

ସାଗର ସ୍ନାନ ଉପଲକ୍ଷେ ରାମ ନାଟକ ପରିବେଷଣ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ସୁଜନପୁର ଗ୍ରାମ ପଞ୍ଚାୟତର ଜଗଦଳପୁର ଗ୍ରାମର ଆରାଧ୍ୟ ଠାକୁରାଣୀ ମା’ ପାଦୁକାଇଙ୍କ ପୀଠରେ ସାଗର ସ୍ନାନ ଉପଲକ୍ଷେ ଜଗଦଳପୁର ଗ୍ରାମର ମା’ ପାଦୁକାଇ ରାମନାଟ୍ୟ କଳାପରିଷଦ ତରଫରୁ ରାମ ନାଟକ ଲଙ୍କାପୋଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜଗଦଳପୁର ଗ୍ରାମର ସମସ୍ତ ଅଧିବାସୀଙ୍କ ସହଯୋଗରେ ନଦିଆ ସଂକୀର୍ତ୍ତନ, ବାଜା, ବାଣ ମଧ୍ୟରେ ପ୍ରଭୁ ସାନ ବିଶ୍ୱନାଥଦେବ ସୁସଜିତ ବିମାନରେ ଆସି ପାଦୁକାଇ ପୋଖରୀରେ ସ୍ନାନ କରିବା ପରେ ମନ୍ଦିର ପୂଜକ ପୂଜାର୍ଚ୍ଚନା ନୀତିକାନ୍ତି କାର୍ଯ୍ୟ କରିଥିଲେ । ସନ୍ଧ୍ୟାରେ ସହସ୍ର ସଂଖ୍ୟାରେ ଲୋକମାନେ ରାମ ନାଟକ ଦେଖିବାକୁ ଆସିଥିଲେ । ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.

four − three =