ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ଜଣେ ଗିରଫ

ଗଜପତି : ଗଜପତି ଜିଲ୍ଲା ଅଡବା ଥାନା ପୋଲିସ ଗୁଲୁବା ପଞ୍ଚାୟତ ବର୍ଲାଗୁଡା ଗାଁରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଗଞ୍ଜେଇ ବିକ୍ରି ପାଇଁ ଘରେ ରଖିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଚଢାଉ କରିଥିବା ଜଣାପଡିଛି । ସୂଚନାନୁଯାୟୀ, ଗୁଲୁବା ପଞ୍ଚାୟତ ବର୍ଲାଗୁଡା ଗାଁର ତିଳେଶ୍ୱର ନାୟକ ନିଜ ଘରେ ବିପୁଳ ପରିମାଣର ଗଞ୍ଜେଇ ରଖିଥିବା ନେଇ ପୋଲିସ ଖବର ପାଇଥିଲା । ସୋମବାର ତିଳେଶ୍ୱରଙ୍କ ଘରେ ପୋଲିସ ଚଢାଉ କରି ପ୍ରାୟ ୨୫ଟି ବସ୍ତାରୁ ୬୭୯ କେ.ଜି ଗଞ୍ଜେଇ ଜବତ କରିଥିବା ବେଳେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୪ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହା ସହ ତିଳେଶ୍ଵରଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି ।

Leave A Reply

Your email address will not be published.

20 − two =