om academy

୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

ଲମତାପୁଟ : ମାଛକୁଣ୍ଡ ପୋଲିସକୁ ବଡ଼ ସଫଳତା । ଆନ୍ଧ୍ରରୁ ମହାରାଷ୍ଟ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ିବସିଲା ମାଛକୁଣ୍ଡ ପୋଲିସ । ବିଶେଷ ସୂତ୍ରରୁ ପାଇ ଖବର କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ଵରେ ମାଛକୁଣ୍ଡ ଏବଂ ଲମତାପୁଟ ପୋଲିସ ମିଳିତ ଭାବରେ ବଙ୍ଗତଲବୀର ଗ୍ରାମ ଛକ ନିକଟରେ ନାକା ବନ୍ଦୀ କରିଥିଲା । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ନମ୍ବର ବିହୀନ ଗାଡିକୁ ଅଟକାଇ ଯାଞ୍ଚ୍ କରିବାରୁ ୩ଟି ବସ୍ତାରୁ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିଲା । ଏହା ସହ ଗାଡିରେ ଥିବା ୩ ଅଭଯୁକ୍ତଙ୍କୁ ଗିରଫ କରି ଯାଞ୍ଚ୍ କରିବାରୁ ନଗଦ ୩୦ ହଜାର ଟଙ୍କା ଏବଂ ୫ଟି ମୋବାଇଲ ଜବତ କରିଛି ପୋଲିସ । ୩ ଟି ବସ୍ତାରେ ପ୍ରାୟ ଏକ କୁଇଣ୍ଟାଲ ଗଞ୍ଜେଇ ଥିବା ବେଳେ ଏହାର ମୂଲ୍ୟ ୧୦ ଲକ୍ଷ ହେବ ବୋଲି ପୋଲିସ ସୂଚନା ଦେଇଛି । ଗିରଫ ୩ ବ୍ୟକ୍ତି ହେଲେ ମୁନେତ ମହାରଷ୍ଟର ଅଞ୍ଚଳର ମହମଦ ସେଖ, ନାରାୟଣ ସାନ୍ତାରମଣ ଚୌଧୁରୀ ଏବଂ ରାହୁଲ ଇରାମନ ଇଙ୍ଗେଲେ ବୋଲି ଜଣାପଡିଛି । ଅଟକ ଗଞ୍ଜେଇ ମଫିଆଙ୍କୁ ପୋଲିସ ପଚାରଉଚୁର କରୁଛି । ଏହି ଗଞ୍ଜେଇ କାହାଠାରୁ ଆଣି କାହାକୁ ବିକ୍ରି କରିଥାନ୍ତେ ତାକୁ ନେଇ ତଦନ୍ତ କରୁଛି ପୋଲିସ ।

Leave A Reply

Your email address will not be published.

12 + fifteen =