ସହାୟ ଯୋଜନା କାର୍ଯ୍ୟକାରୀ ହେବ କେବେ ?

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଗରିବ ଅନଗ୍ରସରଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସହାୟ ଯୋଜନା ଏବେ ଶୀତଳ ଭଣ୍ଡାରକୁ ଚାଲିଯାଇଛି । ଏହି ଯୋଜନାରେ ଭିକ୍ଷୁକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ବିଭିନ୍ନ ପ୍ରଶିକ୍ଷଣମୂଳକ ଶିକ୍ଷା ଦିଆଯିବା ସହ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ଦେଇ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରାଇବାକୁ ଲକ୍ଷ୍ୟ ରଖାଯାଇଥିଲା । ମାତ୍ର ଦୁଃଖର ବିଷୟ ଏହି ଯୋଜନାର କାର୍ଯ୍ୟକାରିତା ଏବେ ବ୍ୟାପକ ହୋଇପାରିନାହିଁ । ତୃଣମୂଳ ସ୍ତରରେ ଯୋଜନାର ସଫଳ ରୂପାୟନ ନିମନ୍ତେ ବ୍ଲକସ୍ତରୀୟ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ମାତ୍ର ଏହାର ସୁଫଳ ମିଳିପାରିନାହିଁ । ତେଣୁ ଏହାକୁ ନେଇ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇବା ଆବଶ୍ୟକ ବୋଲି ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

3 × three =