ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ଟାସ୍କଫୋର୍ସ ଟିମ୍ ଗଠନ

ଭୁବନେଶ୍ବର : ରାଜ୍ୟରେ ଡ୍ରାଇଭର ମହାସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଏହାର ପ୍ରଭାବ ପଡୁଛି । ଅଧିକାଂଶ ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରକକୁ ଡ୍ରାଇଭରମାନେ ଅଟକାଉଥିବାର ଦେଖିବାକୁ ମିଳିଛି । ‌ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ଏକ ଟାସ୍କଫୋର୍ସ ଟିମ୍ ଗଠନ କରାଯାଇଛି । ଏହି ଟାସ୍କଫୋର୍ସ ଟିମରେ ମୁଖ୍ୟ ଶାସନ ସଚିବ, ଡିଜିପି, ଉନ୍ନୟନ କମିଶନର, ବାଣିଜ୍ୟ ଓ ପରିବହନ ବିଭାଗର ସଚିବ, ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ ରହିଛନ୍ତି ।

Leave A Reply

Your email address will not be published.

two × 2 =