om academy

ବଜ୍ରାଘାତରେ ଜଣେ ମୃତ, ୫ ଆହତ

ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ଆବାସିଂ ଗ୍ରାମରେ ଘରେ ଥିବା ବେଳେ ଗତ ରାତିରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ହେଲେ ଆଡାଗା ଗମାଙ୍ଗ ।

ସୂଚନାନୁଯାୟୀ, ୫ ଆହତଙ୍କୁ ଗୁଣପୁର ଦମକଳ ବାହିନୀ ଆମ୍ଵୁଲାନ୍ସ ଯୋଗେ ଆଣି ମେଡିକାଲରେ ଭର୍ତ୍ତି କରିଛି । ଆହତମାନେ ହେଲେ ହେମନ୍ତ ଗମାଙ୍ଗ, ନରେନ ରୈତ, ଅନବିତା ଶବର, ନିନୁତି ଭୁଆଁ, ଅଶ୍ମିତା ଗମାଙ୍ଗ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଛି । ମୃତ ବୃଦ୍ଧାଙ୍କ ଶବକୁ ଗୁଣପୁର ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ଅଣାଯାଇଛି । ଘଟଣାସ୍ଥଳରେ ରାଜସ୍ଵ ନିରୀକ୍ଷକ ପହଞ୍ଚି ଅନୁଧ୍ୟାନ କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.

nine + three =