pakka

ପଣ୍ଡିତ ରଘୁନାଥ ମୁର୍ମୁ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

bbehera

ତାଳଚେର, (ଆର୍ତ୍ତତ୍ରାଣ ପାଣୀ) : ପଣ୍ଡିତ ରଘୁନାଥ ମୁର୍ମୁ ଚ୍ୟାଲେଞ୍ଜ କପ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏଫ୍‌ସିଆଇ ରଘୁନାଥ ସ୍ପଟିଙ୍ଗ କ୍ଲବ ଦ୍ୱାରା ଆୟୋଜିତ ୧୧ତମ ରାଜ୍ୟସ୍ତରୀୟ ଏହି ଫୁଟବଲ ଟୁର୍ନାମେଣ୍ଟ ଏଫ୍‌ସିଆଇ ବକ୍ସି ଜଗବନ୍ଧୁ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଆଠ ଟି ଫୁଟବଲ ଟିମ ଓ ଆଇଏସ୍‌ଏଫ୍‌, ଓଡିଶା, ଚାନ୍ଦ କ୍ଲବ (ଅନୁଗୁଳ ପୋଲିସ) ଅନୁଗୁଳ, ସିଏସ୍‌ଜେଡ୍‌ଏମ୍‌, ନାଲକୋ, ଏଫ୍‌ସି, ତାଳଚେର, ଏଫ୍‌ସିଆଇ, ସରାଙ୍ଗ, ଏଫ୍‌ସି ତଳମୂଳ, ଏଫସି, ବ୍ରଜନାଥ ପୁର ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟକୁ ୱାହାନ କମ୍ପାନୀର ପ୍ରୋଜେକ୍ଟ ମ୍ୟାନେଜର ବିବେକ ଗୁପ୍ତା, ବିଜେପି ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ତଥା ତାଳଚେର ଫୁଟବଲ ଆସୋସିଏସନ୍‌ର ସଭାପତି ପର୍ଶୁରାମ ବାରିକ, ପ୍ରାକ୍ତନ ସମିତି ସଦସ୍ୟା ବୀଣାପାଣି ନାୟକ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ସାରା ବିଶ୍ୱରେ ଫୁଟବଲ ଫିଭର ଚାଲିଥିଲା ବେଳେ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ବହୁ ଗୁରୁତ୍ୱ ବହନ କରୁଛି ବୋଲି ଅତିଥି ମାନେ ପ୍ରକାଶ କରିବା ସହ ଆୟୋଜକ ଅନୁଷ୍ଠାନକୁ ପ୍ରଶଂସା କରିଥିଲେ । ଉଦ୍‌ଘାଟନୀ ମ୍ୟାଚରେ ଓଆଇଏସ୍‌ଏଫ୍‌ ସହ ଚାନ୍ଦ କ୍ଲବ ଅନୁଗୁଳ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ଓଆଇଏସ୍‌ଏଫ୍‌ ୩-୦ରେ ବିଜୟୀ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ଦୁଇଦିନ ଧରି ଚାଲିବ । ରଘୁନାଥ ସ୍ପଟିଙ୍ଗ କ୍ଲବର ସଭାପତି ରଂଜିତ ହେମ୍ବ୍ରମ, ଅର୍ଜୁନ କିସ୍କୁ, ସମ୍ପାଦକ ଅର୍ଜୁନ ମାରାଣ୍ଡି, ଅଜିତ କୁମାର ଦାସ, କୁନା ବେହେରା, ଶ୍ୟାମ ମୁର୍ମୁଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ ।

Leave A Reply

Your email address will not be published.

twenty − 14 =