pakka

ସିକୁଆଁ ଶ୍ରୀହର୍ଷ ବିଦ୍ୟାଳୟରେ ଆଲୁମିନି କମିଟିର ବୈଠକ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସିକୁଆଁ ସ୍ଥିତ ଶ୍ରୀହର୍ଷ ବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କୁ ନେଇ ଏହି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ୧୯୯୯ରୁ ୨୦୧୮ ପର୍ଯ୍ୟନ୍ତ ପାଠ ପଢିଥିବା ଛାତ୍ରମାନେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ଠାରୁ ୨୦୨୨-୨୩ ବର୍ଷରେ ଆଦାୟ ହୋଇଥିବା ୯୩ହଜାର ଟଙ୍କା ଓ ସରକାରଙ୍କ ଠାରୁ ମିଳିଥିବା ୧ଲକ୍ଷ ୮୬ହଜାର ଟଙ୍କାରେ ବିଦ୍ୟାଳୟର ବିଭିନ୍ନ ଉନ୍ନୟନମୂଳକ କାମ ଖୁବ୍ ଶୀଘ୍ର କରାଯିବା ନେଇ ଆଲୋଚନା ହୋଇଥିଲା । ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ସାହୁଙ୍କ ସହ ସମସ୍ତ ସହକାରୀ ଶିକ୍ଷକ ଏବଂ ବିଦ୍ୟାଳୟର ଆଲୁମିନି ସଭାପତି ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

2 × four =