pakka

ସ୍ୱେଚ୍ଛାସେବୀଙ୍କ ଟ୍ୱିଟ ପରେ କାହ୍ନୁ ଚରଣ ମାଝୀଙ୍କୁ ମିଳିଲା ଟ୍ରାଇସାଇକେଲ

bbehera

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ମହରାଜୋର ଗାଁର କାହ୍ନୁ ଚରଣ ମାଝୀ ଗତ ୧୦ ବର୍ଷ ହେଲା ଏକ ରୋଗରେ ପୀଡିତ ହୋଇ ଦିବ୍ୟାଙ୍ଗ ଜୀବନ ବିତାଉଛନ୍ତି । ତାଙ୍କର ଭିନ୍ନକ୍ଷମ ପ୍ରମାଣ ପତ୍ର ନଥିବାରୁ ଦିବ୍ୟାଙ୍ଗ ଭତ୍ତାଟିଏ ମଧ୍ୟ ମିଳୁନାହିଁ । ଭତ୍ତା ସହ ରାସନ, ଘର ଖଣ୍ଡିଏ ମଧ୍ୟ ମିଳିନାହିଁ । ସେ ଭିନ୍ନକ୍ଷମ ହେବାରୁ ସ୍ତ୍ରୀ ଛାଡି ଚାଲିଗଲେ । ତାଙ୍କର ଛୋଟ ଛୁଆଟିଏ ଅଛି । ତାଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରିବାପାଇଁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ଏହି ସମସ୍ୟା ବିଷୟରେ ବିଭିନ୍ନ ଗଣମାଧ୍ୟମରୁ ଜାଣି କଳାହାଣ୍ଡି ଜିଲ୍ଲାର ସ୍ୱେଚ୍ଛାସେବୀ ଯଶୋବନ୍ତ ରଣା ନୂଆପଡା ଜିଲ୍ଲାପାଳ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ଟ୍ୱିଟର ଯୋଗେ ଜଣାଇ ତାଙ୍କୁ ଟ୍ରାଇସାଇକେଲ, ଦିବ୍ୟାଙ୍ଗ ଭତ୍ତା, ରାସନ ସହ ଇନ୍ଦିରା ଆବାସ ଯୋଜନାରେ ଘରଟିଏ ଦେବାକୁ ଅନୁରୋଧ କରଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଜି କୋମନା ବିଡ଼ିଓ ପହଂଚି ତାଙ୍କର ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ତାଙ୍କୁ ଏକ ଟ୍ରାଇସାଇକେଲ ପ୍ରଦାନ କରିଛନ୍ତି । ଖୁବ୍‌ ଶୀଘ୍ର ତାଙ୍କୁ ଭତ୍ତା ଓ ଅନ୍ତୋଦୟ କାର୍ଡରେ ରାସନ ମିଳିବ । ସମାଜସେବୀଙ୍କ ଏହିପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

1 × two =