jayashree

ବିଜେପି ଜୟପାଟଣା ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହର ଅନ୍ତର୍ଗତ ବିମଳା ପାର୍କ ଠାରେ ଭାରତୀୟ ଜନତା ପାର୍ଟି ଜୟପାଟଣା ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଯାଇଛି । ସଂଗଠନକୁ ସଶକ୍ତ କରିବା ସହିତ ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ଓ ଜୟପାଟଣା ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଜୋରଦାର କରିବା ସହିତ ବୁଥ କମିଟି ପର୍ଯ୍ୟନ୍ତ ପ୍ରସ୍ତୁତିକୁ ଚୁଡାନ୍ତ କରାଯାଉଥିବା ସୂଚନାରୁ ପ୍ରକାଶ । ଖରିଫ ଧାନ କିଣା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ପ୍ରୟାସ ଜାରି ରହିବ ବୋଲି ସଦସ୍ୟ ମାନେ ଦୃଢୋକ୍ତି ପ୍ରକାଶ କରିଥିଲେ । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଖାଲିଥିବା ପଦବୀ ପୂରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପ୍ରୟାସ କରାଯିବାକୁ ସିଦ୍ଧାନ୍ତ ନିଆଯାଇଥିଲା । ମଣ୍ଡଳ ସଭାପତି ଅରବିନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ବୈଠକରେ ପୂର୍ବତନ ଜିଲ୍ଲା ଉପସଭାପତି ଭାସ୍କର ପ୍ରସାଦ ବେହେରା ଚିଠା ପ୍ରସ୍ତାବ ଆଗତ କରିଥିବା ବେଳେ ଜିଲ୍ଲା ଯୁବ ମୋର୍ଚା ସଭାପତି ଅବିନାଶ ନନ୍ଦ ଶୋକ ପ୍ରସ୍ତାବ ଓ ନିନ୍ଦା ପ୍ରସ୍ତାବ ଆଗତ କରିଥିଲେ । କଳାହାଣ୍ଡି ଜିଲ୍ଳା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଜୟ କୁମାର ଦିସାରି, ରାଜ୍ୟ ଆଦିବାସୀ ମୋର୍ଚ୍ଚା ରାଜ୍ୟ ଉପସଭାପତି ରମେଶ ମାଝୀ, ପୂର୍ବତନ ଜିଲ୍ଳା ସଭାପତି ଶେଷ ଦେବ ବେହେରା, ଅବସର ପ୍ରାପ୍ତ କମିଶନର ଗଙ୍ଗାଧର ମାଝୀ, ଜିଲ୍ଲା ସମ୍ପାଦିକା ମମତା ପଣ୍ଡା, ଉଆଁଶୁ ବିଶ୍ଵାଳ, ବାନେର ମଣ୍ଡଳ ସଭାପତି ତାପସ ପଣ୍ଡା, ବଡ କର୍ଲାକୋଟ ସଭାପତି ପ୍ରକାଶ ଠାକୁର ପ୍ରମୁଖ ମଞ୍ଚାସୀନ ଥିଲେ । ସାଧାରଣ ସମ୍ପାଦକ ମାନସ ନେଗୀ ସଭା ପରିଚାଳନା କରିଥିବା ବେଳେ ମାଧବ ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.