pakka

କାମୁଡିଲା ବୁଲା କୁକୁର : ବୃଦ୍ଧା ଆହତ, ସାହାଯ୍ୟର ହାତ ବଢାଇଲେ ସାମାଜିକ କର୍ମୀ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଷ୍ଟେଟ ବ୍ୟାଙ୍କ ନିକଟରେ ଜଣେ ଅସହାୟ ବୃଦ୍ଧାଙ୍କୁ ଗୋଟିଏ ବୁଲା କୁକୁର କାମୁଡି ଦେବା ପରେ ବୃଦ୍ଧା ଜଣକ ଭୟରେ ତଳେ ପଡି ଯାଇଥିଲେ । ତାଙ୍କୁ ଘଟଣା ସ୍ଥଳରୁ ଚନ୍ଦ୍ରଶେଖର ମିଶ୍ର ଓ ସାମାଜିକ କର୍ମୀ ବଡ ଶତପଥି ପାଇକମାଲ ସରକାରୀ ଚିକିତ୍ସାଳୟକୁ ଆଣି ଡାକ୍ତର ଶ୍ରୀଧର ପଧାନଙ୍କ ଶୀଘ୍ର ଚିକିତ୍ସା କରିବା ପାଇଁ ଅନୁରୋଧ କରିଥିଲେ । ସୂଚନା ଅନୁସାରେ, ବିଧବା ବୃଦ୍ଧା ଜଣକ ହେଲେ ହୀରାପୁର ଗ୍ରାମର ଯଶୋଦା ବାଗ(୭୦) । ତାଙ୍କ ପାଖରେ କେହି ନାହାନ୍ତି, ସେହି ଗ୍ରାମରେ ତାଙ୍କର ଏକ ମାତ୍ର ଝିଅ ଥିଲେ ମଧ୍ୟ ସେ ତାଙ୍କର ସେବା କରୁ ନ ଥିବାରୁ ଭିକ ମାଗି ଚଳୁଥିବା କଥା ଯଶୋଦା କହିଛନ୍ତି । ତାଙ୍କର ଉପଯୁକ୍ତ ଚିକିତ୍ସା ପାଇକମାଲ ଚିକିତ୍ସାଳୟରେ କରାଇ ଟେମ୍ପୁରେ ହୀରାପୁର ଗ୍ରାମକୁ ଶ୍ରୀ ଶତପଥି ପଠାଇ ଥିବା ବେଳେ କିଛି ଆର୍ଥିକ ସାହାଯ୍ୟ ମଧ୍ୟ କରିଛନ୍ତି । ଏହି ଅସହାୟ ବିଧବା ବୃଦ୍ଧାଙ୍କୁ ପ୍ରଶାସନ ଉପଯୁକ୍ତ ସାହାଯ୍ୟ କରନ୍ତୁ ବୋଲି ଦାବୀ କରିଥିବା ବେଳେ, ଅଚିହ୍ନା ବୃଦ୍ଧାଙ୍କୁ ବଡ ଶତପଥି ଓ ଚନ୍ଦ୍ରଶେଖର ମିଶ୍ର ବିପଦ ବେଳେ ସାହାଯ୍ୟ କରିଥିବାରୁ ତାଙ୍କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି ।

jay balangir
Leave A Reply

Your email address will not be published.

thirteen + 2 =

error: Content is protected !!