pakka

ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଟ୍ଵିନ୍ ସିଟିରେ ଚାଲିବ ଇ-ଭେଇକିଲ୍ : ମନ୍ତ୍ରୀ ଟୁକୁନୀ ସାହୁ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ସରକାରୀ କାର୍ଯ୍ୟାଳୟରେ ଇ-ଭେଇକିଲ ଚାଲିବାକୁ ନେଇ ମନ୍ତ୍ରୀ ଟୁକୁନୀ ସାହୁଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ଯେ, କଟକ ଭୁବନେଶ୍ୱରରେ ଅଧିକ ଗାଡି ଚଳାଚଳ ହେଉଛି । ପ୍ରାଥମିକ ପର୍ଯ୍ୟାୟରେ କିଛି କିଛି ଇଲେଟ୍ରି ଗାଡି ଚାଲିବ । ପ୍ରଦୂଷଣ ରୋକିବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଏନେଇ ଏକ ଉଚ୍ଚ ସ୍ତରୀୟ ବୈଠକରେ ଆଲୋଚନା ହେବ । ଅପର ପକ୍ଷରେ କୋଶଳ ରାଜ୍ୟ ଦାବୀ ନେଇ ୧୦ଟି ଜିଲ୍ଲାର ବନ୍ଦ ଡାକରା ବିଷୟରେ ମନ୍ତ୍ରୀ କହିଛନ୍ତି ଯେ, ୨୨ ବର୍ଷ ଶାସନ କାଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ସମାନ ଦୃଷ୍ଟିରେ ଦେଖିଛନ୍ତି । ପଶ୍ଚିମ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇଛନ୍ତି । ଆମେ ଯେତେବେଳେ ଯାହା ଅସୁବିଧା ଜଣାଇଛୁ ତାହାର ସମାଧାନ କରିଛନ୍ତି । ଯେଉଁମାନଙ୍କର କିଛି ସମସ୍ୟା ଅଛି ଆମ ସହ ଆଲୋଚନା କଲେ ସମାଧାନ କରାଯିବ ।

Leave A Reply

Your email address will not be published.

12 + 17 =