pakka

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିବସ

  • ତୁର୍ଲା, ଚନ୍ଦନଭାଟି, ପ୍ରୋଗ୍ରେସିବ ବ୍ଲକ, ଏନ୍‌ଏସ୍‌ ସ୍ପୋଟିଂ, ବେନକେରା, ଭୁଲୁଦର୍ହୋ, ମାଲପଡା, ବଡଙ୍ଗୋମୁଣ୍ଡା ଓ ଯୋଗିସର୍ଡା ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ଚନ୍ଦନଭାଟି ୩-୦ ଗୋଲରେ ସରଗାଡକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ କ୍ରୀଡା ସଂସଦର ବରିଷ୍ଠ ସଦସ୍ୟ ଜୟରାମ ମିଶ୍ର ଓ ପଲ୍ଲିଶ୍ରୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ବୃନ୍ଦାବନ ମହାକୁର ଯୋଗ ଦେଇଥିଲେ । ରେଫରି ସୁଧାଂଶୁ ସେଠ, ସୁଦର୍ଶନ ସେଠ, ସୁରେଶ ନାଏକ ଓ ସଂଜିବ ମହାରଣା ଖେଳ ପରିଚାଳନା କରିଥିଲେ । ମିଶନ ପଡିଆରେ ପ୍ରୋଗ୍ରେସିଭ୍‌ କ୍ଲବ ୨-୦ ଗୋଲରେ ଜେଆଇଟିଏମ୍‌କୁ ହରାଇ ବିଜୟୀ ହୋଇଛି । ଅତିଥି ଭାବରେ ବ୍ରାଜିଲର ବ୍ରଦର ବ୍ରନୋ ଓ ଯୁକ୍ତରାଷ୍ଟ୍ର ଆମେରିକାର ବ୍ରଦର ଆସେର ଯୋଗ ଦେଇଥିଲେ । ରେଫରି ସୁଶାନ୍ତ ନାଗ, ଦେବାଶିଷ ବାଗ, ରୂପେଶ ନାଗ ଓ ଅବଦୁଲ ମୁଜିବ୍‌ ଖେଳକୁ ପରିଚାଳନା କରିଥିଲେ । ଖୁଜେନପାଲି ପଡିଆରେ ଅନୁଷ୍ଠିତ ଖେଳରେ ଏନ୍‌ଏସ୍‌ ସ୍ପୋଟିଂ ଟ୍ରାଇବ୍ରେକର ୪-୩ ଗୋଲରେ ମହିମୁଣ୍ଡାକୁ ହରାଇ ବିଜୟୀ ହୋଇଥିବା ବେଳେ ଅତିଥି ଭାବେ ପୂର୍ବତନ ବିଧାୟକ ରମାକାନ୍ତ ସେଠ, ସଂସଦର ଯୁଗ୍ମ ସଂପାଦକ ଶତୃଘନ ସିଂ ଓ ପଦ୍ମଚରଣ ଆଚାର୍ଯ୍ୟ ତଥା ସତ୍ୟବାନ ସାହୁ ଯୋଗ ଦେଇଥିଲେ । ରେଫରି ଭାବରେ ସୁଦୟ କୁମାର ବାରିକ, ଜିତେନ୍ଦ୍ର ପାତ୍ର, ନରସିଂ ସ୍ୱାମୀ ନାଇଡୁ ଓ ଶ୍ରବଣ ବାଗ ଦାୟିତ୍ୱ ତୁଳାଇଥିଲେ । ଖପ୍ରାଖୋଲ ପଡିଆରେ ବେନକେରା ୧-୦ ଗୋଲରେ ଲୁହାସିଂହାକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ କ୍ରୀଡା ସଂଗଠକ ପଂଚାନନ ପଧାନ ଯୋଗ ଦେଇଥିଲେ । ରେଫରି ବିକି ବିଶି, ଦୋଳ ଗୋବିନ୍ଦ ମୁଣ୍ଡା, ରାଜେନ୍ଦ୍ର ସେଠ ଓ ଖିରସିନ୍ଧୁ ବେହେରା ଖେଳ ପରିଚାଳନା କରିଥିଲେ । ଚୁଡାପାଲି ପଡିଆରେ ଭାଲୁଦର୍ହୋ ୨-୧ ଗୋଲରେ ରାମଚନ୍ଦ୍ରପୁରକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ସରପଞ୍ଚ ତୁଷୁରାବାହାଲ ଜନାର୍ଦ୍ଧନ ମହାପାତ୍ର ଯୋଗ ଦେଇଥିଲେ । ରେଫରି ଭାବେ ଶରତ କୁମାର ନନ୍ଦ, ମଣ୍ଟୁ ବେହେରା, ପୁରୁଷୋତ୍ତମ ବୁଡେକ ଓ ଜଳନ୍ଧର ସାହୁ ଦାୟିତ୍ୱ ତୁଳାଇଥିଲେ । ହଲଦି ପଡିଆରେ ମାଲପଡା ୧-୦ ଗୋଲରେ ମୁରିବାହାଲକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ କ୍ରୀଡା ସଂଗଠନ ଶ୍ରୀବତ୍ସ ବେହେରା ଓ ଶ୍ରୀପତି ଷାଣ୍ଢ ଯୋଗ ଦେଇଥିଲେ । ରେଫରି ଭାବେ ପାଣ୍ଡବ ବିଶି, ଅଶ୍ୱିନୀ ଭୁକ୍ତା, ପ୍ରତାପ ଭୁକ୍ତା ଓ ଆଶିର୍ବାଦ ସା ଦାୟିତ୍ୱ ତୁଳାଇଥିଲେ । ଜରାସିଂହା ପଡିଆରେ ବଡଙ୍ଗୋମୁଣ୍ଡା ୩-୨ ଗୋଲରେ ଚନ୍ଦ୍ରପୁରକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବରେ ସଭାପତି ବିଏନ୍‌ଏଏ ଜୟକୃଷ୍ଣ ପୁଟେଲ ଓ ସଂପାଦକ ରାଜ କିଶୋର ସେଠ ଯୋଗ ଦେଇଥିଲେ । ରେଫରି ଭାବରେ କୁନ୍ତେ ମେହେର, ସଂଜନ କୁଦେଇ, ଲକ୍ଷ୍ମୀଧର ମହାନ୍ତି ଓ ଶ୍ରୀବତ୍ସ ବେହେର ଖେଳ ପରିଚାଳନା କରିଥିଲେ । ତୁର୍ଲା (ଟିଟିଲାଗଡ) ପଡିଆରେ ସହିଦ ତୁର୍ଲା ୧-୦ ଗୋଲରେ ଶହିଦ ଜିନ୍ମାସିୟମ ଟିଟିଲାଗଡକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବରେ ପୂର୍ବତନ ଫୁଟବଲ ଖେଳାଳି ସଦାନନ୍ଦ ନାଏକ ଓ କ୍ରୀଡା ସଂଗଠକ ନରେଶ କୁମାର ଅଗ୍ରୱାଲ ଯୋଗ ଦେଇଥିଲେ । ରେଫରି ଭାବରେ ମୋହନ ପ୍ରଧାନୀ, ମଳୟ ଘିବେଲା, ଯଶୋବନ୍ତ ମାଝି ଓ ରାଜେଶ ସ୍ୱାଇଁ ଦାୟିତ୍ୱ ତୁଳାଇଥିଲେ । ଲୋଇସିଂହା ଷ୍ଟାଡିୟମରେ ଅନୁଷ୍ଠିତ ଖେଳରେ ଯୋଗିିସର୍ଡା ୧-୦ ଗୋଲରେ ଝାରମୁଣ୍ଡାକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ଭଲିବଲ କୋଚ ରାଜ କିଶୋର ବେହେରା ଯୋଗ ଦେଇଥିଲେ । ରେଫରି ଭାବେ ଅଞ୍ଜନ ଭେସ୍ରା, ବିଜୟ କୁମାର ରଣା, କରୁଣାକର ପଧାନ ଓ ପ୍ରଦୀପ ବଗର୍ତ୍ତି ଦାୟିତ୍ୱ ତୁଳାଇଥିଲେ ।

Leave A Reply

Your email address will not be published.

17 − seventeen =