pakka

କୋଶଳ ରାଜ୍ୟ ଗଠନ ଦାବୀରେ ପାଟଣାଗଡ଼ଠାରେ ୧୨ ଘଣ୍ଟିଆ ବନ୍ଦ ପାଳନ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ଭାରତ ସ୍ୱାଧୀନତା ପରେ କଲିଙ୍ଗ ରାଜ୍ୟରୁ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ନୀତି ଯୋଗୁଁ ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳ ମଧ୍ୟରେ ପାର୍ଥକ୍ୟ ଦେଖା ଦେଇଛି । ସବୁ କ୍ଷେତ୍ରରେ ପୂର୍ବାଞ୍ଚଳକୁ ସୁବିଧା ସୁଯୋଗ ଯୋଗାଇ ଦେଉଥିବା ବେଳେ ପଶ୍ଚିମାଞ୍ଚଳକୁ ଅଣଦେଖା କରୁଥିବା ଅଭିଯୋଗ ଉଠାଇଛନ୍ତି । ସେଥିପାଇଁ ଅଲଗା କୋଶଳ ରାଜ୍ୟ ଗଠନ ଦାବୀ ଚାଲିଆସୁଛି ଏଥିରେ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ଫୁଲବାଣୀ, କଳାହାଣ୍ଡି, ନୂଆପଡ଼ା ମିଶି ଏକ ରାଜ୍ୟ ଗଠନ କରିବାକୁ ଚାହୁଁଛନ୍ତି । ସେଥିପାଇଁ ଅନେକ ଥର ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିବା ବେଳେ କେହି କର୍ଣ୍ଣପାତ କରିନଥିଲେ । ଏବେ ସାରା ପଶ୍ଚିମାଞ୍ଚଳରେ ଗାଁରୁ ସହର ପର୍ଯ୍ୟନ୍ତ କୋଶଳ ରାଜ୍ୟ ଗଠନ ପାଇଁ ଆନ୍ଦୋଳନ ମୁହାଁ ହେଉଛନ୍ତି । ଆଜି ସାରା ପଶ୍ଚିମାଞ୍ଚଳରେ ୧୨ ଘଣ୍ଟିଆ ମହାବନ୍ଦ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ପାଟଣାଗଡ଼, ବେଲପଡା, ଖପ୍ରାଖୋଲ, ଲାଠୋର, ହରିଶଙ୍କରରେ ସୂଚାରୁ ରୂପେ ପାଳନ କରାଯାଇଥିଲା । ଏହି ବନ୍ଦ ପାଳନକୁ ସମସ୍ତ ସଂଗଠନ ପକ୍ଷରୁ ସମର୍ଥନ କରାଯାଇଥିବା ବେଳେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ କରାଯାଇଥିଲା । ଆଗାମୀ ୨୧ ତାରିଖ ପୁଣି ଥରେ ବନ୍ଦ ଡାକରା ଦିଆଯାଇଥିବା ଜଣାପଡିଛି । ଯେତେ ଦିନ ପର୍ଯ୍ୟନ୍ତ ସରକାର ରାଜ୍ୟ ବିଭାଜନ ନକରନ୍ତି ସେତେଦିନ ପର୍ଯ୍ୟନ୍ତ ଏଭଳି ଲଢେଇ ଜାରି ରହିବ ବୋଲି କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦେଇଛନ୍ତି । ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ମୁତୟନ ସହ ପେଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଥିଲା । ପାଟଣାଗଡରେ କୋଶଳ ମୁକ୍ତି ମୋର୍ଚ୍ଚା ଆବାହକ ସୁଶୀଲ କୁମାରଗୁରୁ, ଡିଙ୍ଗର କୁମ୍ଭାର, ଜନସନ ନାଗ, ସୁବାଷ ଆଚାର୍ଯ୍ୟ, ବନମାଳୀ ନାଏକ, ନାରୀନେତ୍ରୀ ଗୀତାଞ୍ଜଳି ପୁଟା, ସନ୍ତୋଷିନୀ ବିଶିଙ୍କ ସମେତ ବହୁ କୋଶଳ ପ୍ରେମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

seventeen + eleven =