pakka

ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର

l2

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚମାଖଣ୍ଡି ଥାନା ଅନ୍ତର୍ଗତ ନୂଆ କୃଷ୍ଣଚନ୍ଦ୍ରନଗର ଡିହ ଓ ହରିଜନ ସାହି ମଧ୍ୟ ଭାଗରେ ୩୨ ନମ୍ବର ଷ୍ଟେଟ-ହାଇୱେ ରାସ୍ତାରେ ଏକ ବାଇକ ଜନିତ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଆଜି ପ୍ରାତଃ ସାଢ଼େ ପାଞ୍ଚଘଣ୍ଟା ସମୟରେ ବ୍ରହ୍ମପୁରସ୍ଥ ଲାଞ୍ଜିପଲ୍ଲୀ ଗ୍ରାମର, ଜନୈକ ଯୁବକ ବି. ଯୁଧିଷ୍ଠିର ପାତ୍ର (୩୪) ନିଜର ହିରୋହୋଣ୍ଡା ପେସିୟନପ୍ଲସ ଧରି ତାରାତାରିଣୀ- ରୋଡ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବାଇକରୁ ଖସି ରୋଡରେ ପଡ଼ି ଯାଇଥିଲେ । ଯାହା ଫଳରେ ବାଇକ ଚାଳକ ମୁହଁରେ ବଡ଼ ଧରଣର କ୍ଷତ ହେବା ସହ ଦାନ୍ତ ଓ ଉର୍ଦ୍ଧହନୁରେ ଯୋର ଆଘାତ ଲାଗିଥିବାରୁ ସ୍ଥାନୀୟ ଅଞ୍ଚଳର କିଛି ଯୁବକମାନେ ପହଞ୍ଚି ଆହତ ଯୁବକଙ୍କୁ ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଗାଡ଼ିକୁ ଫୋନ କରି ଡକାଇଥିଲେ । ଯଥାଶୀଘ୍ର ପହଞ୍ଚି ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଥିବା କୁହାଯାଇଛି । ଏ ସମ୍ପର୍କରେ ଚମାଖଣ୍ଡି ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତାଙ୍କ ନିର୍ଦ୍ଦେଶରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଥିଲେ ।

pp
Leave A Reply

Your email address will not be published.

five − four =