pakka

ଶାଶୁଙ୍କୁ ଚିକିତ୍ସା କରାଇ ଫେରିବା ବେଳକୁ ବାଇକ ଦୁର୍ଘଟଣା : ଶାଶୁ ମୃତ, ଜ୍ୱାଇଁ ଅଳ୍ପକେ ବାର୍ତ୍ତିଲେ

bbehera

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମୁରିବାହାଲ ବ୍ଲକ ଖଇରମାଲ ଗ୍ରାମରେ ନିଜ ଝିଅ ଜ୍ୱାଇଁ ଘରେ ରହୁଥିଲେ ମନ୍ଦାର ବାଗ । ମନ୍ଦାର ବାଗଙ୍କ ଦେହ ଅସୁସ୍ଥ ହେବାରୁ ଜ୍ୱାଇଁ ଦୟା ହାତୀ ନିଜ ବାଇକରେ ଟିଟିଲାଗଡକୁ ଆସି ଡାକ୍ତର ଓଁକାର ହୋତାଙ୍କୁ ଦେଖାଇ ସଂଧ୍ୟାରେ ଘରକୁ ଫେରୁଥିବା ବେଳେ ସିରୁଲ ନିକଟରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ସେଠାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ମନ୍ଦାର ବାଗଙ୍କୁ ମୃତ ଘୋଷଣା କରିଥିବା ବେଳେ ଜ୍ୱାଇଁ ଦୟା ହାତୀ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣା କିପରି ହେଲା ମୁଁ ଜାଣି ପାରିଲିନି ବୋଲି ଜ୍ୱାଇଁ କହୁଥିବା ବେଳେ ଏଭଳି ଏକ ଅଘଟଣ ଘଟିବା ଜାଣି ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଖବର ପାଇ ଟିଟିଲାଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

seventeen − 14 =