
କେନ୍ଦ୍ରାପଡ଼ା : ଲୁଣା ନଦୀରେ ଅଘଟଣ । ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୩ ଯୁବକ । ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ଓଡ୍ରାଫ ଟିମ୍ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଛି । ସୂଚନା ଅନୁସାରେ, ଦିନ ପ୍ରାୟ ୧୧ଟା ସମୟରେ ସ୍ଥାନୀୟ ଗହଗା ଗାଁର ୫ ଜଣ ଯୁବକ ଲୁଣା ନଦୀକୁ ଗାଧୋଇବାକୁ ଯାଇଥିଲେ । ତେବେ ହଠାତ୍ ନଦୀର ଜଳସ୍ତର ବଢ଼ିଯିବାରୁ ୩ ଜଣ ଯୁବକ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ । ନିଖୋଜ ଯୁବକମାନେ ହେଲେ ହିମାଂଶୁ ପରିଡ଼ା, ଆଶିଷ ଶତପଥୀ ଓ ସବ୍ୟସାଚୀ ସ୍ୱାଇଁ । ଘଟଣା ସମ୍ପର୍କରେ ଖବର ପାଇ ଓଡ୍ରାଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଏହାସହ ସ୍ଥାନୀୟ ଲୋକେ ଓ ନିଖୋଜ ଯୁବକଙ୍କ ପରିବାର ସଦସ୍ୟ ମଧ୍ୟ ଖୋଜାଖୋଜିରେ ସାମିଲ ହୋଇଛନ୍ତି । ନଦୀରେ ଥିବା ଚୋରାବାଲି ଯୋଗୁଁ ଏଭଳି ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି । ତେବେ ନିଖୋଜ ଯୁବକଙ୍କ ପତ୍ତା ମିଳିନଥିବା ବେଳେ ଉଦ୍ଧାର ଅଭିଯାନ ଜାରି ରହିଛି ।