om academy

ସଡକ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୧୧

jsm

ହରଭଙ୍ଗା, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ଚମ୍ପାପୁର ନିକଟରେ ରବିବାର ଏକ ବୋଲେରୋ କାର୍‌କୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ମାତ୍ର ସୌଭାଗ୍ୟ ବଶତଃ ଉଭୟ ଗାଡିର ୧୧ଜଣ ଯାତ୍ରୀ ଓ ଚାଳକ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ବୌଦ୍ଧ ବାଉଁଶୁଣୀ ଅଞ୍ଚଳର ୭ ଜଣ ନିଜ ପରିବାର ସହିତ ଏକ କାର୍‌ରେ ବୌଦ୍ଧ ପଟୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଚାରିଛକ ପଟୁ ବଲାଙ୍ଗିର ଅଭିମୁଖେ ଯାଉଥିବା ଏକ ବୋଲେରୋ ଗାଡି ସେମାନଙ୍କ ଗାଡିକୁ ବାମପାର୍ଶ୍ୱକୁ ପିଟି ଦୁର୍ଘଟଣା ଘଟାଇଥିଲା । ତେବେ ଏଥିରେ କାହାର କିଛି କ୍ଷତି ହୋଇ ନଥିବା ଜଣାପଡିଛି ।

Leave A Reply

Your email address will not be published.