pakka

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

bbehera

ଚଣ୍ଡିଖୋଲ : ୧୬ ନମ୍ବର ଜାତୀୟ ରାଜପଥର ବଡ଼ଚଣା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ଯାଜପୁର ଅଭିମୁଖେ ଯାଉଥିବା ଏକ ଟ୍ରକ୍ ବଡ଼ଚଣା ଓଭରବ୍ରିଜ୍ ନିକଟରେ ପଛପଟୁ ଆସୁଥିବା ଏକ ଟ୍ରକ୍‌କୁ ଜୋରରେ ଧକ୍କା ଦେଇଥିଲା । ଫଳରେ ଆଗରେ ଥିବା ଟ୍ରକ୍ ଡ୍ରାଇଭର ଗାଡି ଆଗକୁ ଛିଟିକି ପଡ଼ିଥିଲେ । ଗାଡିର ଚକା ଆଗରେ ପଡି ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳି ପାରିନାହିଁ । ଅନ୍ୟପଟେ ଯେଉଁ ଟ୍ରକଟି ଧକ୍କା ଦେଇଥଲା ସେହି ଟ୍ରକ୍‌ର ଡ୍ରାଇଭର ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଁଚି ମୃତଦେହକୁ ଉଦ୍ଧାର କରି ଗୁରୁତରଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି । ବଡ଼ଚଣା ପୋଲିସ ଟ୍ରକକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.

10 − three =