pakka

ନବଜାତ ଶିଶୁର ଶବକୁ ଝୁଣି ଖାଇଦେଲେ କୁକୁର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାଲପଡାର ଏକ ଗଳି ରାସ୍ତାରେ ଏକ ନବଜାତ ଶିଶୁପୁତ୍ରର ମୃତଦେହକୁ କୁକୁର ଝୁଣି ଖାଇଦେଇଛି । ଠିକ୍‌ ସମୟରେ ପୋଲିସ ପହଞ୍ଚି ନପାରିବାରୁ ଏପରି ଘଟିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଉକ୍ତ ସ୍ଥାନରେ ଶିଶୁଟିର ଶବଟିକୁ ସକାଳୁ ସକାଳୁ କିଛି କୁକୁର ଆଣି ଝୁଣି ଖାଉଥିଲେ । ଏହା ଦେଖି ସ୍ଥାନୀୟ ଲୋକେ କୁକୁରକୁ ଘଉଡାଇ ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ । କିନ୍ତୁ ଘଣ୍ଟାଏ ପରେ ବି ପୋଲିସ ପହଞ୍ଚିନଥିଲା । ଫଳରେ ପୁଣି ଥରେ କୁକୁରମାନେ ଟେକି ନେଇଥିଲେ ରେଳଲାଇନ୍‌ ବୁଦା ମୂଳକୁ । ପୋଲିସ ଠିକ୍‌ ସମୟରେ ପହଞ୍ଚିଥିଲେ, ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଥାଆନ୍ତା । କିନ୍ତୁ ଏପରି ଏକ ଅସ୍ୱଦନଶୀଳ ଘଟଣାରେ ପୋଲିସ ଚୁପ୍‌ଚାପ୍‌ ରହିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।

jay balangir
Leave A Reply

Your email address will not be published.

sixteen − seven =