pakka

ମାଙ୍ଗାନିଜ୍ ବୋଝେଇ ଟ୍ରକ୍ ଜବତ ସହ ୭ ଗିରଫ

bbehera

ବଡ଼ବିଲ : ବଡ଼ବିଲ ଟଣ୍ଟୋ ନିକଟରୁ ଏକ ମାଙ୍ଗାନିଜ ବୋଝେଇ ୧୪ ଚକିଆ ଟ୍ରକ୍ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ଏଥିସହ ଗୋଟିଏ ବାଇକ୍, ୮ଟି ମୋବାଇଲ ଓ ନଗଦ ୫୫ ହଜାର ଟଙ୍କା ଜବତ କରାଯାଇଛି । ସୂଚନାନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ମଣ୍ଡଳ ମାଲଦା ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ମାଙ୍ଗାନିଜ୍ ଖୋଳାଯାଇ ଟ୍ରକ୍ ଯୋଗେ ଚୋରା ଚାଲାଣ ହେଉଥିବା ନେଇ ପୋଲିସକୁ ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରିଥିଲା । ଚଢାଉ ବେଳେ ବଡ଼ବିଲ ଟଣ୍ଟୋ ନିକଟରୁ ଏକ ୨୦ ମେଟ୍ରିକ୍ ଟନ୍‌ ମାଙ୍ଗାନିଜ ବୋଝେଇ ୧୪ ଚକିଆ ଟ୍ରକ୍ ଜବତ ହୋଇଛି । ଏହା ସହ ୭ଜଣଙ୍କୁ ଗିରଫ କରିଛି ପୋଲିସ । ଜବତ ହୋଇଥିବା ମାଙ୍ଗାନିଜ୍‌ର ବଜାର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଗିରଫ ମାନଙ୍କ ମଧ୍ୟରେ ଗାଡ଼ି ଚାଳକ, ଦୁଇଜଣ ଦଲାଲ, ଦୁଇଜଣ ସ୍ଥାନୀୟ ବ୍ୟକ୍ତି ଓ ମାଙ୍ଗାନିଜ କିଣିବାକୁ ଆସିଥିବା ଦୁଇଜଣ ଚୋରା ବ୍ୟାପାରୀଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି । ସେହିପରି ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇଜଣ ଫେରାର ଥିବା ବେଳେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ବଡ଼ବିଲ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

1 × 5 =

error: Content is protected !!