pakka

ହନୁମାନ ମନ୍ଦିରରେ ସଂକ୍ରାନ୍ତି ପୂଜା ଓ ଚବିଶ ପ୍ରହର ନାମଯଜ୍ଞ ଅନୁଷ୍ଠିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୋପବନ୍ଧୁ ନଗରର ହନୁମାନ ମନ୍ଦିରରେ ମହାସମାରୋହରେ ସଂକ୍ରାନ୍ତି ପୂଜା ଓ ନାମଯଜ୍ଞ ଶୃଖଳା ସହ ଅନୁଷ୍ଠିତ ହୋଇଯାଇଛି । ଏହି ସଂକ୍ରାନ୍ତି ପୂଜା ଅବସରରେ ତିନି ଦିନ ଧରି ଚବିଶ ପ୍ରହର ନାମଯଜ୍ଞ ଆୟୋଜିତ ହୋଇଥିବା ବେଳେ ଗତ ୧୪ ତାରିଖ ଦିନ କଳସ ଶୋଭାଯାତ୍ରାରେ ବାହାରି ଅନେକ ଶ୍ରଦ୍ଧାଳୁ ପୂର୍ଣ୍ଣ କଳସ ଆଣି ହନୁମାନ ମନ୍ଦିରର ପ୍ରହରୀ ମଣ୍ଡପରେ କଳସ ସ୍ଥାପନା କରି ଚବିଶ ପ୍ରହର ନାମଯଜ୍ଞକୁ ଆରମ୍ଭ କରିଥିଲେ । ଉକ୍ତ ନାମଯଜ୍ଞ ତିନି ଦିନ ଧରି ହୋଇଥିବା ବେଳେ ନାମଯଜ୍ଞ ଦେଖିବା ପାଇଁ ବହୁତ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ଏହି ଅବସରରେ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

ଏହି ସଂକ୍ରାନ୍ତି ପୂଜା ଓ ନାମଯଜ୍ଞରେ ପୂଜକ ଗଦାଧର ବ୍ରହ୍ମା ପୂଜା କାର୍ଯ୍ୟ ତୁଲାଇ ଥିବା ବେଳେ ସଂକ୍ରାନ୍ତି ବ୍ରତୀମାନଙ୍କ ମଧ୍ୟରେ ପୁଷ୍ପାଞ୍ଜଳି ବିଶ୍ଵାଲ, ସନ୍ତୋଷିନୀ ବହୁକ, ପଙ୍କଜିନି ଘିବେଲା, ହେମକାନ୍ତି ପୁଟେଲ, ଯୋଗମାୟା ମହାନନ୍ଦ, ଅଞ୍ଜଳି ମିଶ୍ର, ଅଜ୍ଞ ବାଗ, ସୁଜାତା ରାଉଳ, ମୈଥିଲି ବ୍ରହ୍ମା, ଯୋଶୋବନ୍ତି ନାୟକ, ଜୟନ୍ତୀ ବଗର୍ତ୍ତି, ମୀନା ବଗର୍ତ୍ତି, ବବିତା ଭାଟି ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

four × one =

error: Content is protected !!