pakka

ୱେଷ୍ଟର୍ଣ୍ଣ ଯମୁନା କେନାଲରେ ବୁଡ଼ି ୫ଜଣଙ୍କ ମୃତ୍ୟୁ

bbehera

ହରିୟାଣା : ହରିୟାଣାର ୱେଷ୍ଟର୍ଣ୍ଣ ଯମୁନା କେନାଲରେ ବୁଡ଼ି ୫ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ପହଁରା ଜାଣିନଥିବାରୁ ୫ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ସେମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ୱେଷ୍ଟର୍ଣ୍ଣ ଯମୁନା କେନାଲରେ ୯ରୁ ୧୦ଜଣ ପହଁରୁଥିଲେ । ପହଁରିବା ସମୟରେ ପୂର୍ବ ଶତ୍ରୁତା କାରଣରୁ ସେମାନଙ୍କୁ ଟେକାମାଡ଼ କରାଯାଇଥିଲା । ଫଳରେ ୫ଜଣ ବ୍ୟକ୍ତି ଗଭୀର ଜଳକୁ ଚାଲିଯାଇଥିଲେ । ଗଭୀର ଜଳକୁ ଚାଲିଯିବା ପରେ ପାଣିରେ ବୁଡ଼ି ସେମାନଙ୍କ ମୃତ୍ୟୁ ହୋଇଛି । ଏନେଇ ସ୍ଥାନୀୟ ଯମୁନାନଗର ଡିଏସ୍‌ପି ସୂଚନା ଦେଇଛନ୍ତି । ଡିଏସ୍‌ପି ଆହୁରି କହିଛନ୍ତି ଯେ, ୨୦୨୦ରୁ ସେମାନଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା । ଏହି କାରଣରୁ ବିଭିନ୍ନ ସମୟରେ ବଚସା ମଧ୍ୟ ହେଉଥିଲା । ଘଟଣାର ତଦନ୍ତ କରାଯାଉଛି ।

jay balangir
Leave A Reply

Your email address will not be published.

seven − four =