pakka

ଇଟାଭାଟି ନିକଟରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

bbehera

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଆର୍‌ଏମ୍‌ସି ନିକଟ ଇଟାଭାଟି ପାଖ ପତରା ଜଙ୍ଗଲରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବତୀ ଜଣକ ବୌଦ୍ଧ ଜିଲ୍ଲା ଜଗତୀ ଗାଁର ନଳିନୀ ସେଠୀ(୨୫ବର୍ଷ) ଓ ସେ ଏହି ଇଟାଭାଟିରେ ଗତ ୫ମାସ ହେଲା କାମ କରୁଥିଲେ ବୋଲି ଜଣାପଡିଛି । ସୂଚନା ଅନୁସାରେ ନଳିନୀଙ୍କ ବାପା ଅନ୍ୟତ୍ର ବାହା ହୋଇ କୁଆଡେ ରହୁଥିବା ବେଳେ ଦୁଇ ଭାଇ ଭଉଣୀଙ୍କ ସହ ନଳିନୀ କଣ୍ଟାବାଞ୍ଜିର ଏହି ଇଟାଭାଟିରେ ଶ୍ରମିକ ଭାବେ କାମ କରି ଦୁଇ ଭାଇ ଭଉଣୀଙ୍କୁ ପୋଷୁଥିଲେ । ପାଖ ପଡିଶାର କିଛି ଲୋକ ଦେଇଥିବା ସୂଚନା ଅନୁସାରେ ଗତକାଲି ସକାଳେ କୌଣସି କଥାକୁ ନେଇ ପାଖରେ ଥିବା ତାଙ୍କ ପିଉସୀଙ୍କ ସହ କଥା କଟାକଟି ହୋଇଥିଲା । ଏହା ପରେ ହଠାତ୍‌ ସେ ନିକଟରେ ଥିବା ପତରା ଜଙ୍ଗଲକୁ ଚାଲି ଯାଇଥିଲେ । ଅନେକ ସମୟ ଯାଏ ସେ ଆଉ ନଫେରିବାରୁ ଖୋଜାଖୋଜି କରିଥିଲେ । ପରେ ସେ ଗୋଟିଏ ଗଛରେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । ଖବର ପାଇ କଣ୍ଟାବାଞ୍ଜି ଥାନା ପୋଲିସ ପହଞ୍ଚି ଶବ ଜବତ କରିଥିଲା । ଇଟାଭାଟିରେ କାମ କରୁଥିବା ଶ୍ରମିକ ଏବଂ ଇଟାଭାଟିର ମୁନସି ମୁକୁନ୍ଦ ବାଗକୁ ଥାନାକୁ ଡାକି ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ସତ୍ୟଜିତ କନ୍ଦଲକେଲ କହିଛନ୍ତି ।

jay balangir
Leave A Reply

Your email address will not be published.

one × five =