pakka

ବଲାଙ୍ଗିର ସହରରେ ଷ୍ଟାମ୍ପ୍‌ ପେପର୍‌ର ଅଭାବୀ ବିକ୍ରି ଅଭିଯୋଗ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଷ୍ଟାମ୍ପ୍‌ ପେପର୍‌ର ଅଭାବୀ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ହିତାଧିକାରୀଙ୍କ ଅଭିଯୋଗ କ୍ରମେ ୧୦ ଟଙ୍କିଆ ଷ୍ଟାମ୍ପ୍‌ ପେପର୍‌ ମିଳୁନାହିଁ । ବାଧ୍ୟ ହୋଇ ଲୋକେ ଚଢା ଦରରେ ୧୦ ଟଙ୍କିଆ ଷ୍ଟାମ୍ପ୍‌ ପେପର୍‌ ବଦଳରେ ୨୦ ଟଙ୍କିଆ ଷ୍ଟାମ୍ପ୍‌ ପେପର୍‌ କିଣି ଲୋକେ ବ୍ୟବବହାର କରୁଛନ୍ତି । ପୁଣି ୨୦ ଟଙ୍କାର ଷ୍ଟାମ୍ପ ପେପରକୁ ୪୦ ଟଙ୍କା ଦରରେ ବିକ୍ରି କରାଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଗରିବ ତଥା ସାଧାରଣ ବର୍ଗର ଲୋକେ ଏବଂ ଛାତ୍ରଛାତ୍ରୀମାନେ ଏଫିଡେବିଟ୍‌ କରିବା ପାଇଁ ଉଚିତ୍‌ ମୂଲ୍ୟର ଷ୍ଟାମ୍ପ୍‌ ପେପର୍‌ ନପାଇ ଅଜଥା ଖର୍ଚ୍ଚାନ୍ତ ହେଉଛନ୍ତି । ଜିଲ୍ଲା ପ୍ରଶାସନର ନାକ ତଳେ ଏଭଳି କାର୍ୟ୍ୟ ଚାଲୁଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଉଚିତ୍‌ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

7 + 14 =