oom

ଘୁନସରରେ ଶାରଦୀୟ ଦୁର୍ଗାପୂଜା

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗାଁର ସ୍ଥାନୀୟ ହାଟପଦା ନିକଟରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ନିଡାମ୍ବର ଭାବରେ ମା’ ଦୁର୍ଗା ପୂଜା ପାଉଛନ୍ତି । ଧ୍ରୁବ ଚରଣ ବେହେରା ଓ ତାଙ୍କ ଧର୍ମ ପତ୍ନୀ ପୂଜାରେ କର୍ତା ଭାବେ ରହିଥିବା ବେଳେ ମୁଖ୍ୟ ପୂଜକ ଗୋବର୍ଦ୍ଧନ ତ୍ରିପାଠୀ, ହେମନ୍ତ ଷଡ଼ଙ୍ଗୀ ପୂଜା କାର୍ଯ୍ୟରେ ଦାୟିତ୍ୱ ନିର୍ବାହ କରୁଛନ୍ତି । ବବ୍ଲୁ ରଣା, ସୁବର୍ଣ୍ଣ ରଣା, ମଙ୍ଗୁଲୁ ପସାୟତ, ସମବିତ ରଣା, ଜିତୁ ସାହୁ, ବାବୁଲାଲ ଭୋଇ ପୂଜା ମଣ୍ଡପରେ ସହଯୋଗ କରିଛନ୍ତି । କମିଟିର ସଭାପତି ସନ୍ତୋଷ ବେହେରା, ଉପସଭାପତି ବିମଲ ବେହେରା, ସମ୍ପାଦକ ଚମ୍ପୁ ଲାଲ ରଣା (ସାନ), କୁଶ ରଣା, ନନ୍ଦୁ ରାଜ ରଣା, ନାଥ ପଧାନ, ଦିନବନ୍ଧୁ ପସାୟତ, ଟୁକୁ ବାଗ, ରଞ୍ଜନ ସେଠ, ଲାଲୁ ରଣା, ଅବନୀ କାନ୍ତ ମହାପାତ୍ର, ତୁଳସୀ ଦାସ ଗହୀର, ପିଙ୍କୁ ରଣା ସମେତ ଗ୍ରାମବାସୀ ସହଯୋଗ କରିଛନ୍ତି ।

jittmm
Leave A Reply

Your email address will not be published.