pakka

ଗତ ୨୪ ଘଂଟାରେ ୫୨୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୬୫ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୩୧୪ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୦୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୧୭ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୨, ବାଲେଶ୍ୱରରୁ ୧୭, ବରଗଡରୁ ୩, ଭଦ୍ରକରୁ ୩, ବଲାଙ୍ଗିରରୁ ୪, ବୌଦ୍ଧରୁ ୧, କଟକରୁ ୬୦, ଢେଙ୍କାନାଳରୁ ୨, ଗଞ୍ଜାମରୁ ୩, ଜଗତସିଂହପୁରରୁ ୧୫, ଯାଜପୁରରୁ ୯, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୩, କନ୍ଦମାଳରୁ ୧, କେନ୍ଦ୍ରାପଡାରୁ ୧୪, କେଉଁଝରରୁ ୪, ଖୋର୍ଦ୍ଧାରୁ ୨୪୯, କୋରାପୁଟରୁ ୬, ମୟୁରଭଂଜରୁ ୨୧, ନୟାଗଡରୁ ୯, ପୁରୀରୁ ୧୩, ରାୟଗଡାରୁ ୧, ସମ୍ବଲପୁରରୁ ୯, ସୋନପୁରରୁ ୧, ସୁନ୍ଦରଗଡରୁ ୮ ଓ ଷ୍ଟେଟ ପୁଲ୍‌ରୁ ୬୧ ଚିହ୍ନଟ ହୋଇଛନ୍ତି ।

jay balangir
Leave A Reply

Your email address will not be published.

9 + 20 =

error: Content is protected !!