ଟ୍ରେନରେ ନାବାଳିକାକୁ ଦୁର୍ବ୍ୟବହାର ଅଭିଯୋଗରେ ଜଣେ ଗିରଫ

ରାଉରକେଲା : ଟ୍ରେନରେ ଆସୁଥିବା ବେଳେ ନାବଳିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ପରିବାର ଲୋକେ । ମୁମ୍ବାଇ-ଏଲ୍‌ଟିଟି ଏକ୍ସପ୍ରେସ୍‌ରେ ନାବାଲିକା ତାଙ୍କ ପରିବାରବର୍ଗଙ୍କ ସହ ଆସୁଥିବା ବେଳେ ଅଶ୍ଲୀଳ ବ୍ୟବହାର କରିଥିଲା ସାଥୀ ଯାତ୍ରୀ ଜଣକ । ଅଭିଯୋଗ ପରେ ରାଉରକେଲା ରେଳବାଇ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ସଂପୃକ୍ତ ବ୍ୟକ୍ତି ନାବାଲିକାକୁ ପ୍ରେମ ନିବେଦନ କରି ଅଶ୍ଲୀଳ ବ୍ୟବହାର ପ୍ରଦର୍ଶନ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ହେଉଛି ହରିୟାଣାର ବୋଲି ରେଲୱେ ଏସ୍‌ପି ତ୍ରିନାଥ ପଟେଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

Leave A Reply

Your email address will not be published.