ନକଲି ଘିଅ କାରଖାନା ଠାବ

କଟକ : କଟକରେ ଲମ୍ବି ଚାଲିଛି ନକଲି ଘିଅ କାରଖାନାର ଚେର । କମିଶନରେଟ୍‌ ପୁଲିସ ପକ୍ଷରୁ ଳଗାତାର ୩ ଦିନ ହେବ ନକଲି ଘିଅ ଖାରଖାନା ଉପରେ ଚଢଉ କରାଯାଉଥିବା ବେଳେ ଜଗତପୁର ଶିଳ୍ପାଂଚଳରେ ଥିବା ସୁବାସ ଘିଅ ନାମକ ନକଲି ଘିଅ କାରଖାନା ଠାବ କରାଯାଇଛି । ୧ କୋଟିରୁ ଅଧିକ ଟଙ୍କାର ନକଲି ଘିଅ ଏବଂ ସସ୍‌ ଜବତ କରାଯାଇ ୨ ଜଣ ବ୍ୟାକ୍ତିଙ୍କୁ ଅଟକ ରଖା ଯାଇଥିବା ଖବର ମିଳିଛି । ପ୍ୟାକ୍‌ ହୋଇଥିବା ଘିଅ ଏବଂ ଘିଅରେ ବ୍ୟବହୃତ ହେଉଥିବା କ୍ୟାମିକାଲ୍‌ ମଧ୍ୟ ଜବତ କରାଯାଇଛି । ବହୁ ବର୍ଷ ଧରି ଏଠାରେ ନକଲି ଘିଅ ପ୍ରସ୍ତୁତ ହେଉଥିବା ଖବର ପାଇ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ଚଢାଉ କରାଯାଇ ଘଟଣାରେ ବ୍ୟବହୃତ ସାମାଗ୍ରୀ ଏବଂ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହା ପୂର୍ବରୁ କିଛି ଦିନ ହେବ କଟକ ସହରରେ ୧୫ଟି ନକଲି ଘିଅ କାରଖାନା ଉପରେ ମଧ୍ୟ ଚଢାଉ କରାଯାଇଛି ।

Leave A Reply

Your email address will not be published.