ଗାଁ ନାଳକୁ ଡଙ୍ଗା ଭସାଇବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହେଲେ ୫୬ ବୟସର ବ୍ୟକ୍ତି

କେନ୍ଦୁଝର : କାର୍ତ୍ତିକ ପୂଣ୍ଣିମାରେ ପାଖରେ ଥିବା ଗାଁ ନାଳକୁ ଡଙ୍ଗା ଭସାଇବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହେଲେ ୫୬ ବୟସର ବ୍ୟକ୍ତି ବୋଲି ଖବର ମିଲିଛି । କେନ୍ଦୁଝର ଜିଲ୍ଲାର ପାଟଣା ରେଞ୍ଜ୍‌ର ଟାଙ୍ଗରପଡା ପଚାଂୟତ ଝାଲିଆପଡା ଗାଁର ଅନ୍ତର୍ଯ୍ୟାମୀ ମହାନ୍ତ(୫୬) କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବାକୁ ଗାଁ ପାଖରେ ଥିବା ନାଳକୁ ଯାଇ ଭାଲୁ ଆକ୍ରମର ଶିକାର ହୋଇ ଗୁରୁତର ହୋଇଛନ୍ତି । ତାଙ୍କ ମୁଣ୍ଡରେ ଏବଂ ଡାହାଣ ଆଖିରେ ବହୁତ କ୍ଷତ ହୋଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅନ୍ତର୍ଯ୍ୟାମୀଙ୍କ ଅବସ୍ଥାରେ କିଛି ସୁଧାର ନଆସିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା ।

Leave A Reply

Your email address will not be published.