mahavir

ବଲାଙ୍ଗିର ଲୋକ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା : ଦୁଲୁକିଲା ମଞ୍ଚ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଗୌରବମୟ ପରମ୍ପରା, କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ସ୍ଥାନୀୟ କୋଶଳ କଳାମଣ୍ଡଳ ପରିସରରେ ତ୍ରୟୋବିଂଶତମ ବଲାଙ୍ଗିର ଲୋକ ଉତ୍ସବ ବର୍ଣ୍ଣାଢ୍ୟ ପରିବେଶରେ ପାଳିତ ହେଉଛି । ଏହି ଉତ୍ସବର ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସଭାପତିତ୍ଵ କରିଥିଲେ ଉପଜିଲ୍ଲାପାଳ, ବଲାଙ୍ଗିର, ଆଲୋକ କୁମାର ପଟେଲ । ଆଜିର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୌର ଅଧ୍ୟକ୍ଷା, ବଲାଙ୍ଗିର, ଶ୍ରୀମତୀ ଲିକା ସାହୁ, ଉପଜିଲ୍ଲାପାଳ, ପାଟଣାଗଡ, ସୁନୀଲ କୁମାର ମେହେର, ଉପଜିଲ୍ଲାପାଳ, ଟିଟିଲାଗଡ, ପଦ୍ମନାଭ ସାମନ୍ତରାୟ, ସହ ଅଧ୍ୟକ୍ଷ, ମଞ୍ଚ କମିଟି, କିଶୋର ଜାଲ, ସହ ଅଧ୍ୟକ୍ଷ, ପ୍ରଚାର ପ୍ରସାର କମିଟି, ଶରତ ଚନ୍ଦ୍ର ମିଶ୍ର, ସହ ଅଧ୍ୟକ୍ଷା, ମଞ୍ଚ କମିଟି, ଶ୍ରୀମତୀ ଶ୍ରାବଣୀ ମେହେର, ସହ ଅଧ୍ୟକ୍ଷ, ପ୍ରଚାର ପ୍ରସାର କମିଟି, ରିତୁରାଜ ସିଂହ, ଅତିଥି କଳାକାର, ରାଜୀବ ସଗରିଆ ପ୍ରମୁଖ ମଞ୍ଚାସିନ ଥିଲେ । ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ପୂର୍ବକ ଦ୍ୱିତୀୟ ଦିବସର ଶୁଭ ଉଦଘାଟନ ହୋଇଥିଲା । କାର୍ଯ୍ୟକ୍ରମ ଉଦ୍‌ଘାଟନ କରି ମୁଖ୍ୟ ଅତିଥି କହିଥିଲେ ପୁରପଲ୍ଲୀରୁ ଆରମ୍ଭ ହେଉଥିବା ଏହି ଲୋକ ଉତ୍ସବ କେବଳ ବଲାଙ୍ଗିର ଜିଲ୍ଲାରେ ସୀମିତ ନୁହଁ ବରଂ ରାଜ୍ୟ ବାହାରେ ମଧ୍ୟ ଖ୍ୟାତି ଅର୍ଜନ କରିଛି । ଏ ବଲାଙ୍ଗିର ମାଟି ବଡ ବଡ କଳାକାର ଗଢିଛି, କଳାକୁ ଉଚିତ୍ ସମ୍ମାନ ଦେଇଛି, ଆମକୁ ଗର୍ବିତ କରିଛି । ତେଣୁ ଆମର ମଧ୍ୟ କର୍ତ୍ତବ୍ୟ ଯେ, ମିଳିତ ଭାବେ ଆମେ ବଲାଙ୍ଗିର ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି କରିବା । ଆଜିର ସଭା କାର୍ୟ୍ୟରେ ସହ ଅଧ୍ୟକ୍ଷ, ପ୍ରଚାର ପ୍ରସାର କମିଟି, ଶରତ ଚନ୍ଦ୍ର ମିଶ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସହ ଅଧ୍ୟକ୍ଷ, ପ୍ରଚାର ପ୍ରସାର କମିଟି, ଋତୁରାଜ ସିଂହଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ । ଏହି ଉତ୍ସବର ଦ୍ଵିତୀୟ ରଜନୀରେ ଗୁଜୁରାଟର ସିଦ୍ଧି ଧମାଲ, ପଞ୍ଜାବର ଭାଙ୍ଗଡା, ଆସାମର ବିହୁ, ପୁରୀ ର ଗୋଟିପୁଅ, ସୁବର୍ଣ୍ଣପୁରର ବଜନିଆଁ, କଳାହାଣ୍ଡିର ଘୁମୁରା, ବଲାଙ୍ଗିରର ସ୍ଥାନୀୟ ସୁର ମନ୍ଦିର, ଲଲିତ ଡାନ୍ସ ଗ୍ରୁପ, ଢୋଲ ମହୁରି କଳାପରିଷଦ, ମହନୀ ନୃତ୍ୟ କଳାପରିଷଦ, ସନଯୋଟ କଳାକେନ୍ଦ୍ର ଗୁଡ଼ିକ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.