pakka

ସମଲେଶ୍ୱରୀ ଏକ୍ସପ୍ରେସରୁ ବାହାରିଲା ଧୂଆଁ : ଯାତ୍ରୀ ଆତଙ୍କିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରୁ ଟିଟିଲାଗଡ଼ ଅଭିମୁଖେ ଯାଉଥିବା ସମଲେଶ୍ୱରୀ ଏକ୍ସପ୍ରେସ ଏସ-୧ ସ୍ଲିପର କୋଚରେ ହଠାତ୍ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ତେବେ ବ୍ରେକ ବାଇଣ୍ଡିଙ୍ଗ ଚକ ସହ ଘଷି ହୋଇ ଯିବାରୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡ଼ିଛି । ସ୍ଲିପର କୋଚରୁ ଧୂଆଁ ବାହାରିବାରୁ ଯାତ୍ରୀମାନେ ଟ୍ରେନରେ ନିଆଁ ଲାଗିଥିବା ନେଇ ହୋ ହାଲ୍ଲା କରିଥିଲେ । ଖବର ପାଇ ରେଳବାଇ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ ଓ ଯାତ୍ରୀମାନଙ୍କୁ ଭୟଭୀତ ନହେବା ପାଇଁ ନିବେଦନ କରିଥିଲେ ।

jay balangir
Leave A Reply

Your email address will not be published.

one × two =