କିଶୋରୀ ମେମୋରିଆଲ ଧନୁଯାତ୍ରା ମହୋତ୍ସବ : ଶୁଭସ୍ତମ୍ଭ ସ୍ଥାପନ ଓ କଂସ ବରଣ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବକଟି ଗ୍ରାମରେ କିଶୋରୀ ମେମୋରିଆଲର ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପନ ଓ କଂସ ବରଣ କରାଯାଇଛି । ଆସନ୍ତା ମାର୍ଚ୍ଚ ମାସ ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା କଂସ ଦରବାର ଓ ନାମ ସଂକୀର୍ତନ୍ୟ କରାଯିବା ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି । ଲୋଇସିଂହା ଗ୍ରାମର ବିଶିଷ୍ଠ କଳାକାର ତଥା କଂସ ଭୂମିକାରେ ଅଭିନୟ କରିବାକୁ ଥିବା ରବିନ୍ଦ୍ର ସାହୁଙ୍କୁ ସ୍ୱାଗତ କରାଯାଇଥିଲା । ଏଥିପାଇଁ ବକଟି ଗ୍ରାମର ଫୁଟବଲ ଖେଳପଡିଆରୁ ଏକ କଳସ ଶୋଭାଯାତ୍ରାରେ ନଗରଭ୍ରମଣ କରାଯାଇ ପୂଜା ମଣ୍ଡପକୁ ନିଆଯାଇଥିଲା । ବୈଦିକ ରୀତିନୀତି ଅନୁସାରେ ଷୋଢ଼ଶ ଉପଚାରେ ପୂଜାଅର୍ଚ୍ଚନା ଓ ହୋମକାର୍ଯ୍ୟ କରାଯାଇଥିଲା । ବିପିନ ହୋତା ପୂଜାଅର୍ଚ୍ଚନା କରିଥିବାବେଳ ନାଥ ମଟାରୀ ଓ ତାଙ୍କର ଧର୍ମପତ୍ନୀ କର୍ତ୍ତା କାର୍ଯ୍ୟ ତୁଳାଇଥିଲେ । ନାମ ସଂକୀର୍ତନ୍ୟ ଓ କଂସ ଦରବାର ପାଇଁ ଶୁଭସ୍ତମ୍ଭ ସ୍ଥାପନ ସହ ଧ୍ୱଜା ରୋହଣ କରାଯାଇଥିଲା । କଂସ ଭୂମିକାରେ ଅଭିନୟ କରିବାକୁ ଥିବା କଳାକାର ଶ୍ରୀ ସାହୁଙ୍କୁ ଉପଢୌକନ ପୁଷ୍ପମାଲ୍ୟ ଓ ନଡିଆ ପଇତା ଆମନ୍ତ୍ରଣ କରାଯାଇ ବରଣ କରାଯାଇଥିଲା । ଏହାକୁ ଧନୁଯାତ୍ରା କମିଟିର ଆବାହକ ଦିଲ୍ଲୀପ ପୁରୋହିତ ପରିଚାଳନା କରିଥିଲେ । ଏଥିରେ ନାରାୟଣ ପୁରୋହିତ, ଭଗବାନ ପୁରୋହିତ, କୁନା, ସୁଧାଂଶୁ ହୋତା ପ୍ରମୁଖ ଯୋଗଦାନ କରିଥିବା ବେଳେ ବକଟି ଗ୍ରାମବାସୀ ଏଥିରେ ସହଯୋଗ କରିଥିଲେ ।

Leave A Reply

Your email address will not be published.