pakka

୨ ବାଇକ୍ ମୁହାଁମୁହିଁ ଧକ୍କା, ୧ ଗୁରୁତର

bbehera

ତିଗିରିଆ : ଆଜି ମଧ୍ୟାହ୍ନ ସମୟରେ ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚଗାଁ ପଞ୍ଚାୟତ ନୂଆସଡକ ଠାରେ ଖୁଣ୍ଟୁଣି ନରସିଂହପୁର ୬୫ ନମ୍ଵର ରାଜ୍ୟ ରାଜପଥରେ ୨ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଗୁରୁତରଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ରାଜୁ ବେହେରା(୧୭) ନାମକ ଜଣେ ଯୁବକ ଆଜି ମଧ୍ୟାହ୍ନରେ ନିଜ ଗାଁ ପୋପରାରୁ ପାଞ୍ଚଗାଁ ଯାଉଥିବା ବେଳେ ନୂଆସଡକ ପାଣିଟାଙ୍କି ଛକ ଠାରେ ସାମ୍ନା ପଟରୁ ଆସୁଥିବା ଆଉ ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ରାଜୁ ଗୁରୁତର ଭାବେ ଆହତ ହୋଇଥିଲେ । ସ୍ଥାନୀୟ ଲୋକ ରାଜୁଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ତିଗିରିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଅନ୍ୟ ବାଇକ୍‌ ଚାଳକ ଘଟଣାସ୍ଥଳରୁ ଗାଡି ଛାଡି ପଳାଇଥିବା ଜଣାପଡିଛି ।

Leave A Reply

Your email address will not be published.

4 + fourteen =