pakka

ଆଜିଠୁ କୋଣାର୍କ ଇକୋ ରିଟ୍ରିଟ : ୩ ମାସ ଧରି ଚାଲିବ

bbehera

କୋଣାର୍କ : ଆଜିଠୁ ଆରମ୍ଭ ହେଉଛି କୋଣାର୍କ ଇକୋ ରିଟ୍ରିଟର ଚତୁର୍ଥ ସଂସ୍କରଣ । ପ୍ରାକୃତିକ ପରିବେଶରେ ଏକ ଅନନ୍ୟ ଅନୁଭୂତି ସାଉଁଟିବେ ଏଠାକୁ ଆସୁଥିବା ପର୍ୟ୍ୟଟକମାନେ । ପୁରୀ-କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟ ସ୍ୱର୍ଣ୍ଣାଭ ବେଳାଭୂମି ବେଶ ଚଳଚଞ୍ଚଳ ହୋଇଉଠିବ । ବେଳାଭୂମିରେ ୫୦ ତମ୍ବୁଘର ଓ ଦୁଇଟି ଓପନ ବାର ଖୋଲାଯାଇଛି । ପର୍ଯ୍ୟଟକଙ୍କ ପାଇଁ ତମ୍ବୁ ଘରେ ରାତ୍ରିଯାପନ ପାଇଁ ତାରକା ହାଟେଲ ଭଳି ସମସ୍ତ ସୁବିଧା ରହିବ । ଏହା ସହିତ ସୁରକ୍ଷା ପ୍ରତି ଅଧିକ ଦୃଷ୍ଟି ଦିଆଯିବ ଓ ପର୍ଯ୍ୟଟକମାନେ ବେଳାଭୂମିରେ ରହି ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିବେ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ୱର୍ଣ୍ଣାଭ ବେଳାଭୂମିରେ ଜଳକ୍ରୀଡ଼ା, ବିଚ ସାକ, ବାନାନା ବୋଟ, ପାରାସେଲିଂ, ସାଇକେଲ ଚାଳନା, ସଙ୍ଗୀତ ଓ ଯୋଗ ଭିତ୍ତିକ କାର୍ଯ୍ୟକ୍ରମ ରହିଛି । ଏହି କୋଣାର୍କ ଇକୋ ରିଟ୍ରିଟ ଆସନ୍ତା ୩ମାସ ଧରି ଚାଲିବ ।

Leave A Reply

Your email address will not be published.

one × one =