pakka

କୋଣାର୍କ ଇକୋ ରିଟ୍ରିଟକୁ ଉଦ୍‌ଘାଟନ କଲେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା

bbehera

କୋଣାର୍କ : ପ୍ରାକୃତିକ ପରିବେଶର ପୁରୀ-କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟ ସ୍ୱର୍ଣ୍ଣାଭ ବେଳାଭୂମିରେ କୋଣାର୍କ ଇକୋ ରିଟ୍ରିଟ ଆରମ୍ଭ ହୋଇଯାଇଛି । ଅତିଥି ଭାବେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ଫିତାକାଟି ଉଦ୍‌ଘାଟନ କରିଥିଲେ । ପ୍ରଥମ ଦିନରେ ୩୨ ତମ୍ବୁଘର ବୁକିଙ୍ଗ ହୋଇଛି । ବେଳାଭୂମିରେ ୭୦ ତମ୍ବୁଘର ଓ ଦୁଇଟି ଓପନ ବାର ଖୋଲାଯାଇଛି । ପର୍ଯ୍ୟଟକମାନଙ୍କ ପାଇଁ ତମ୍ବୁ ଘରେ ରାତ୍ରିଯାପନ ପାଇଁ ସମସ୍ତ ସୁବିଧା ରହିବ । ପର୍ଯ୍ୟଟକମାନେ ବେଳାଭୂମିରେ ରହି ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିବେ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ୱର୍ଣ୍ଣାଭ ବେଳାଭୂମିରେ ଜଳ କ୍ରୀଡା, ବିଚ ସାକ, ବାନାନା ବୋଟ, ପାରାସେଲିଙ୍ଗ, ସାଇକେଲ ଚାଳନା, ସଂଗୀତ ଓ ଯୋଗ ଭିତ୍ତିକ କାର୍ଯ୍ୟକ୍ରମ ରହିଛି । ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଲେନିନ ମହାନ୍ତି, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ଅମୀୟ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କୋଣାର୍କ ଇକୋ ରିଟ୍ରିଟ ଆସନ୍ତା ୩ ମାସ ଧରି ଚାଲିବ ।

Leave A Reply

Your email address will not be published.

four × one =