pakka

ଜନ କଲ୍ୟାଣ ସେବା ଫାଉଣ୍ଡେସନ ଓ ସ୍ୱରାଜ ହସ୍‌ପିଟାଲ ବଲାଙ୍ଗିରର ମିଳିତ ଆୟୋଜନରେ ମୁକ୍ତ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ବନ୍ଧପଡା ଗ୍ରାମ ପଞ୍ଚାୟତରେ ସମସ୍ତଙ୍କ ପାଇଁ ମୁକ୍ତ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଜନ କଲ୍ୟାଣ ସେବା ଫାଉଣ୍ଡେସନ ଓ ସ୍ୱରାଜ ହସ୍‌ପିଟାଲ ବଲାଙ୍ଗିରର ମିଳିତ ଆୟୋଜନରେ ଆୟୋଜିତ ହୋଇଯାଇଛି । ଆଜି ବଲାଙ୍ଗିର ଜିଲ୍ଲାର ବନ୍ଧପଡା ଗ୍ରାମ ପଞ୍ଚାୟତରେ ଜନ କଲ୍ୟାଣ ସେବା ଫାଉଣ୍ଡେସନ ଓ ସ୍ୱରାଜ ହସ୍‌ପିଟାଲ ବଲାଙ୍ଗିରର ମିଳିତ ଆୟୋଜନରେ ଦିନିକିଆ ମୁକ୍ତ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ଦ୍ୱାରା ବନ୍ଧପଡା ଗ୍ରାମ ପଞ୍ଚାୟତ ଓ ଆଖପାଖ ପଞ୍ଚାୟତର ସମସ୍ତ ଜନ ସାଧାରଣଙ୍କୁ ସ୍ୱାସ୍ଥ୍ୟ ଚିକିତ୍ସା ଏବଂ ସଚେତନତା ପାଇଁ ଗୋପାଳ ଚନ୍ଦ୍ର ମିଶ୍ର ବନ୍ଧପଡା ସରପଞ୍ଚଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ସ୍ୱରାଜ ହସ୍‌ପିଟାଲର ଏମ୍‌ଡି ଡ. ସ୍ୱାଧୀନ ମିଶ୍ର ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ କାନ୍ତେଶ୍ୱର ପଧାନ, ଶ୍ରୀମତୀ ଜାହ୍ନବୀ ମହଦା, ମହେନ୍ଦ୍ର ମଲିକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଶୁକଦେବ ବନ୍‌ଛୋର, ଅଲେଖ, ରୁପକାନ୍ତି ତାଣ୍ଡି ଓ ନକୁୁଲ, ଅଶୋକ ପରିଚାଳନା କରିଥିଲେ । ପ୍ରାୟ ୫ ଶହରୁ ଅଧିକ ରୋଗୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରି ବିନା ମୂଲ୍ୟରେ ଔଷଧ ଯୋଗାଇ ଦିଆଯାଇଥିଲା । ଡା. ସୁଜ୍ଞାନୀ ମିଶ୍ର, ଡା. ପୁଷ୍ପାଞ୍ଜଳୀ ମିଶ୍ର ଓ ଡା. ପ୍ରଦୀପ ପାଣିଗ୍ରାହୀ ବିଶେଷ ରୋଗୀ ସେବା ଦେଇଥିଲେ ।

Leave A Reply

Your email address will not be published.

3 × 2 =