pakka

ପିକଅପ୍ ଭ୍ୟାନ ଧକ୍କାରେ ୧ ମୃତ

bbehera

ଭୋଗରାଇ : ଜଳେଶ୍ଵର-ଚନ୍ଦନେଶ୍ୱର ୫୭ ନଂ ରାଜ୍ୟ ରାଜପଥ ସଂଲଗ୍ନ ଭୋଗରାଇ ଥାନା ଅନ୍ତର୍ଗତ ବାଟଗ୍ରାମ- ମାନକୁଣ୍ଡା ଭୁଆବନ୍ଧରେ ଏକ ଅଜଣା ଗୋରୁ ବୋଝେଇ ପିକ ଅପ ଭ୍ୟାନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବାଟଗ୍ରାମ ଅଞ୍ଚଳର କିଛି ଯୁବକ ବାଟଗ୍ରାମ- ମାନକୁଣ୍ଡା ବନ୍ୟା ପ୍ରତିରୋଧକ ଭୁଆବନ୍ଧ ପାର୍ଶ୍ଵ ଖାଳରୁ ମାଛ ଧରିବା ପାଇଁ ବୁଧବାର ରାତିରେ ପମ୍ପ ଲଗାଇ ପାଣି ବୋହୁଥିଲେ । ଭୋର ପ୍ରାୟ ସାଢେ ୪ ଟା ସମୟରେ ବାଟଗ୍ରାମ ଗାଁର ଜୟା ହେମ୍ବ୍ରମଙ୍କ ପୁଅ ଗଙ୍ଗା ହେମ୍ବ୍ରମ (୪୫) ଭୁଆବନ୍ଧ ଉପରେ ଛିଡା ହୋଇଥିଲେ । ସେହି ସମୟରେ ଜଳେଶ୍ଵର-ଚନ୍ଦନେଶ୍ବର ୫୭ ନଂ ରାଜ୍ୟ ରାଜପଥରୁ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ ଦୃତ ଗତିରେ ଆସି ଗଙ୍ଗାକୁ ଧକ୍କା ଦେବା ସହ କିଛି ଦୂର ପର୍ୟ୍ୟନ୍ତ ଘୋଷାଡି ନେଇଥିଲା । ଦୁର୍ଘଟଣା ଘଟାଇ ଗୋରୁ ବୋଝେଇ ପିକଅପ ଭ୍ୟାନ ଖସି ଯାଇଥିଲା । ପମ୍ପ ପାଖରେ ଥିବା ଅନ୍ୟମାନେ ଗଙ୍ଗାକୁ ଉଦ୍ଧାର କରି ଜଳେଶ୍ବରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗଙ୍ଗାଙ୍କ ମୃତ୍ୟୁ ହୋଇଛି । ଏନେଇ ହସ୍ପିଟାଲ ଫାଣ୍ଡି ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଭୋଗରାଇ ଥାନାରେ ମଧ୍ୟ ଏକ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

two × three =