pakka

ଘାଟିରେ ଓଲଟିଲା ଅଣ୍ଡା ବୋଝେଇ ଟ୍ରକ

bbehera

ଖଲ୍ଲିକୋଟ : ଖଲ୍ଲିକୋଟ ବଡ଼ ଘାଟି ରାସ୍ତାରେ ଗୁରୁବାର ସନ୍ଧ୍ୟାରେ ଏକ ଅଣ୍ଡା ବୋଝେଇ ଟ୍ରକ ଓଲଟି ପଡିଛି । ଆନ୍ଧ୍ରପ୍ରଦେଶରୁ ଏକ ଟ୍ରକ (ନଂ ଏପି ୧୬ ଟିକେ ୦୫୪୯) ଅଣ୍ଡା ବୋଝେଇ କରି ଭୁବନେଶ୍ୱର ଯାଉଥିଲା । ଖଲ୍ଲିକୋଟ ବଡ଼ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଡ୍ରାଇଭର ଚିଣ୍ଟୁ ସାମାନ୍ୟ ଆହତ ହୋଇଥିବା ବେଳେ ଦୁଇ ଘଣ୍ଟା ଧରି ବ୍ରହ୍ମପୁର-ଭୁବନେଶ୍ୱର ରାସ୍ତା ରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା । ପରେ ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଟ୍ରକକୁ ରାସ୍ତାରୁ ହଟାଇବା ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା ।

jay balangir
Leave A Reply

Your email address will not be published.

16 − 6 =