pakka

ଆଇଚର୍ ଟ୍ରକ୍ ସହ ପିକଅପ୍ ଭ୍ୟାନ୍ ଧକ୍କା : ୧ ମୃତ, ୬ ଗୁରୁତର

bbehera

ଟାଙ୍ଗୀ : ଚାନ୍ଦପୁର ଥାନା ୧୬ନଂ ଜାତୀୟ ରାଜପଥ ଗୌରଚନ୍ଦ୍ରପୁର ଛକଠାରେ ଆଇଚର୍ ଟ୍ରକ୍ ସହ ପିକଅପ୍ ଭ୍ୟାନ୍ ଧକ୍କା ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ସୂଚନାନୁଯାୟୀ, ଆଜି ସକାଳୁ ଚାନ୍ଦପୁର ଥାନା ୧୬ନଂ ଜାତୀୟ ରାଜପଥ ଗୌରଚନ୍ଦ୍ରପୁର ଛକଠାରେ ଏକ ଆଇଚର୍ ଟ୍ରକ୍ ଓ ଏକ ପିକଅପ୍ ଭ୍ୟାନ୍ ମଧ୍ୟରେ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଆହତମାନଙ୍କୁ ଟାଙ୍ଗୀ ଅଗ୍ନିଶମବାହିନୀ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଛି । ଚାନ୍ଦପୁର ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

5 × four =