ସରକାରୀ ସ୍କୁଲ ପିଲାଙ୍କୁ ମାଗଣାରେ ମିଳିବ ଡାଇରୀ, ନୋଟ୍‌ ବୁକ୍‌

ଭୁବନେଶ୍ୱର : ସ୍କୁଲ ପିଲାଙ୍କ ପାଠପଢା ପାଇଁ ସରକାର ସବୁ ପ୍ରକାର ସୁବିଧା ଯୋଗାଇ ଦେବେ । ଏଣିକି ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କୁ ଷ୍ଟୁଡେଣ୍ଟ ଡାଏରୀ ସହିତ ନୋଟ୍‌ ବୁକ୍‌ ମଧ୍ୟ ମିଳିବ ବୋଲି ଶନିବାର ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସ ଶନିବାର ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଡାଏରୀ ମିଳିବ । ଇଂରାଜୀ ମାଧ୍ୟମ ପିଲାଙ୍କୁ ମିଳୁଥିବା ଡାଏରୀ ପରି ଏଥିରେ ଶିକ୍ଷକମାନେ କ’ଣ ପଢାଉଛନ୍ତି, କ’ଣ ହୋମୱାର୍କ ଦେଇଛନ୍ତି ସେ ସବୁ ବିଷୟରେ ଲେଖାଯିବ । ଏପରିକି ପିଲା ସବୁଦିନ ସ୍କୁଲ ଯାଉଛି କି ନାହିଁ ତାହା ମଧ୍ୟ ଉଲ୍ଲେଖ ରହିବ । ଅଭିଭାବକଙ୍କ ଅବଗତି ନିମନ୍ତେ ଏହା ଲେଖାଯିବ ଏବଂ ଅଭିଭାବକମାନେ ଏଥିରେ ଦସ୍ତଖତ କରିବେ ।

ସେହିପରି ୨ୟରୁ ୧୦ମ ପର୍ଯ୍ୟନ୍ତ ପିଲାଙ୍କୁ ଖାତା (ନୋଟ୍‌ ବୁକ୍‌) ମିଳିବ । ମନ୍ତ୍ରୀଙ୍କ କହିବା ଅନୁଯାୟୀ, ପୂର୍ବରୁ କେବଳ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମାଗଣା ସ୍କୁଲ ଡ୍ରେସ୍‌ ଦିଆଯାଉଥିଲା । ଏବେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ମାଗଣା ସ୍କୁଲ ଡ୍ରେସ୍‌ ମିଳିବ । ଏହା ଦ୍ୱାରା ପାଖାପାଖି ୧୦ ହଜାର ପିଲା ଉପକୃତ ହେବେ ।

ପ୍ରାଥମିକ ଶିକ୍ଷକ ପଦ ଖୁବ୍‌ ଶୀଘ୍ର ପୂରଣ କରାଯିବ । ଏଥିପାଇଁ ଖୁବ୍‌ ଶୀଘ୍ର ଏକ ବଡ ଘୋଷଣା ହେବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ ।

Leave A Reply

Your email address will not be published.

4 × three =