ବିମାନ ବନ୍ଦର ଭିତରୁ ଉଦ୍ଧାର ହେଲା ନାଗସାପ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ବିମାନ ବନ୍ଦର ଭିତରୁ ଉଦ୍ଧାର ହେଲା ୪ ଫୁଟ୍‌ ଲମ୍ବର ନାଗସାପ । ଏହି ସାପଟି ବିମାନବନ୍ଦର ପରିସରରେ ପୁରୁଣା ଆପ୍ରନରୁ ବାହରି ନବ ନିର୍ମିତ ଆପ୍ରନରେ ପହଞ୍ଚି ଗୋଟିଏ ସ୍ଥାନରେ ସ୍ଥିର ହୋଇ ଶୋଇ ରହିଥିଲା । ସିଆଇଏସ୍‌ଏଫ୍ ଯବାନମାନେ ନାଗସାପଟିକୁ ଘେରି ରହିଥିଲେ । ଏୟାରପୋର୍ଟ କର୍ତ୍ତୃପକ୍ଷ ନାଗସାପଟିକୁ ପରିସର ମଧ୍ୟରୁ ଅନ୍ୟତ୍ର ନେବା ପାଇଁ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ୪ ଫୁଟ୍‌ ଲମ୍ବର ନାଗସାପଟିକୁ ଉଦ୍ଧାର କରିଥିଲେ । ସାପଟିକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

eleven − 5 =