pakka

ବିଧବା ମହିଳାଙ୍କୁ ସରକାରୀ ଆବାସ ଯୋଗାଇବାକୁ ଦାବୀ

bbehera

ଢେଙ୍କାନାଳ : ବିଧବା ମହିଳାଙ୍କୁ ଆବାସ ଯୋଗାଇବାକୁ ଦାବୀ । ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଖଲିବୋରେଇ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ରହୁଥିବା ଜଣେ ଗରିବ ବିଧବା ମହିଳା ଭଙ୍ଗା ଦଦରା ଘରେ ଜୀବନ ଯାପନ କରୁଥିବା ବେଳେ ସରକାରୀ ଯୋଜନା ତାଙ୍କ ପାଇଁ ସାତ ସପନ ହୋଇଛି । ସରକାରଙ୍କ ତରଫରୁ ଗରିବ ଅସହାୟ ବିଧବା ମହିଳାଙ୍କୁ ଅଗ୍ରାଧିକାର ଭିତ୍ତିରେ ଘର ଯୋଗାଇ ଦିଆଯାଉଥିବା ବେଳେ ଏଠାରେ ଏହାର ସଂପୂର୍ଣ୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଗୋବିନ୍ଦପୁର ଗ୍ରାମର ସ୍ୱର୍ଗତ ଶମ୍ଭୁ ନାଏକଙ୍କ ପତ୍ନୀ ର୍କøଶଲ୍ୟା ବେଓ୍ୱା ଜଣେ ଗରିବ ମହିଳା । ସ୍ୱାମୀ ଗତ ୨୦ ବର୍ଷ ତଳୁ ଆରପାରିକୁ ଚାଲିଯିବା ପରେ ଧାରଉଧାର କରି ତିନି ଝିଅଙ୍କୁ ବିବାହ କରି ଶାଶୁ ଘରକୁ ପଠାଇଛନ୍ତି । ଏବେ ସେ ଏକା । ନା ଆଗକୁ କିଏ ଅଛି ନା ପଛକୁ କିଏ । ସେ ଏକାକୀ ଗୋଟିଏ ଭଙ୍ଗା ଦଦରା ଚାଳ ଛପର ଘରେ ଭାଗ୍ୟକୁ ଆଦରି ରହୁଛନ୍ତି । ବଡ଼ ଦୁଃଖ ଆଉ ପରିତାପର ବିଷୟ କି କୌଶଲ୍ୟା ବେଓ୍ୱା ରହୁଥିବା ଘର ଘର ହେଇ ଆଉ ନାହିଁ । ସେ ଘରକୁ ଦେଖିଲେ ଯେ କୌଣସି ଲୋକ ଘଡ଼ିଏ ଅନାଇ ରହିବ । ସରକାରଙ୍କ ତରଫରୁ କେବଳ ୫ ଶହ ଟଙ୍କା ଭତ୍ତା ଏବଂ ତା ସହ ମାସକୁ ୫ କିଲୋ ଚାଉଳ ମିଳୁଛି । ଯାହା କି ସମୁଦ୍ରକୁ ଶଙ୍ଖେ ଭଳି । ସେତିକି ଚାଉଳରେ ସେ ଚଳିବା ଅସମ୍ଭବ ହୋଇପଡ଼ିଛି । ଘର ନଥିବାରୁ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓଙ୍କ ପାଖକୁ ଘର ପାଇବା ଆଶାରେ ଦୌଡି ଦୌଡି ନୟାନ୍ତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୋୖଣସି ସୁଫଳ ମିଳି ନଥିବା ସେ କହିଛନ୍ତି । ବିଶେଷ କରି ସରପଞ୍ଚଙ୍କୁ ଘର ଟିଏ ପାଇଁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ସେ କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି । କୌଶଲ୍ୟାଙ୍କୁ ଘର ସହ ଅନ୍ତୋଦୟ ଯୋଜନାରେ ସାମିଲ୍ କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.

16 + 11 =