pakka

କୃଷକ ଉତ୍ପାଦକ କମ୍ପାନୀର ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ

bbehera

ଫୁଲବାଣୀ : ଭାରତ ସରକାରଙ୍କର କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ୧୦,୦୦୦ କୃଷକ ଉତ୍ପାଦକ କମ୍ପାନୀ ଗଠନ ଓ ପ୍ରୋତ୍ସାହନ ଯୋଜନାରେ ଗଠିତ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଓ ଚକାପାଦ ବ୍ଲକର ଦୁଇଗୋଟି କୃଷକ ଉତ୍ପାଦକ କମ୍ପାନୀର ନିର୍ଦେଶକ ମାନଙ୍କର ଏକଦିବସୀୟ ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ ଆଇ.ଟି.ଡି.ଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଭାରତ ସରକାର ତଥା ନାବାର୍ଡ ସହାୟତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଞ୍ଜିବ କୁମାର ମହାନ୍ତି, ଏ.ଜି.ଏମ୍ ନାବାର୍ଡ କନ୍ଧମାଳ, ପ୍ରବୀର କୁମାର ଦାସ ଅତିରକ୍ତ କୃଷି ଇଞ୍ଜିନିୟର, ମୃତ୍ତିକା ସଂରକ୍ଷଣ ବିଭାଗ କନ୍ଧମାଳ ଫୁଲବାଣୀ ପ୍ରମୁଖ ଉପସ୍ଥିତ ଥିଲେ । ସିବିବିଓ ମହାଶକ୍ତି ଫାଉଣ୍ଡେସନର ମୋହନ ବଳିୟାର ସିଂ ଏବଂ ହୃଷିକେଶ ସାହୁ ତାଲିମ ଦାତା ଭାବରେ ଯୋଗଦେଇ କୃଷକ ଉତ୍ପାଦକ କମ୍ପାନୀରେ ନିର୍ଦେଶକମାନଙ୍କ ଦାୟିତ୍ୱ ଓ ଭୂମିକା ବିଷୟରେ ତାଲିମ ପ୍ରଦାନ କରିଥିଲେ । ଉପସ୍ଥିତ ସରକାରୀ ପଦାଧିକାରୀଗଣ ସରକାରଙ୍କର ବିଭିନ୍ନ ଯୋଜନାରେ କୃଷକ ଉତ୍ପାଦକ କମ୍ପାନୀର ଭୂମିକା କ’ଣ ଅଛି ଏବଂ ସାଧାରଣ କୃଷକ ଏହି କମ୍ପାନୀରୁ କିଭଳି ଲାଭବାନ ହୋଇପାରିବ, ସେ ବିଷୟରେ ଆଲୋଚନା କରିଥିଲେ । କୃଷକମାନେ ଏହି କୃଷକ ଉତ୍ପାଦକ କମ୍ପାନୀ ମାଧ୍ୟମରେ ସଙ୍ଗଠିତ ହେଲେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ସହଜରେ ବିକ୍ରି କରି ପାରିବା ସହିତ ଠିକ୍‌ ସମୟରେ ନିର୍ଦ୍ଧାରିତ ମୂଲ୍ୟ ପାଇ ଲାଭବାନ ହୋଇ ପାରିବେ । ସମ୍ପ୍ରତି ରାଜ୍ୟ ସରକାରଙ୍କର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ ହୋଇ କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ପରାମର୍ଶ ଦେଇଥିଲେ । ଏହା ସହିତ ଗୋ-ସୁଗମ ପୋର୍ଟାଲ ବିଷୟରେ ବିସ୍ତୃତ ବିବରଣୀ ଦେବା ସହିତ ଏହା ମାଧ୍ୟମରେ ସମସ୍ତ ପ୍ରକାର କୃଷି ଓ ଆନୁସଙ୍ଗିକ ଆବେଦନ କରିବାକୁ ଆହ୍ୱାନ ଦେଇଥିଲେ । ଦୁଇଟି ଉତ୍ପାଦକ କମ୍ପାନୀର ୨୦ ଜଣ ନିର୍ଦେଶକ, ନିର୍ଦେଶିକା ଯୋଗଦେଇ ତାଲିମରେ ଅଂଶଗ୍ରହଣ କରି ତାଲିମ ନେଇଥିଲେ । ତାଲିମ କାର୍ଯ୍ୟକ୍ରମରେ ନୂଆ ସକାଳ କୃଷକ ଉତ୍ପାଦକ କମ୍ପାନୀର ମୁଖ୍ୟ ନିର୍ବାହୀ ଅଧିକାରୀ ସଫିକ କୁମାର ନନ୍ଦ, ଉନ୍ନତ ଚାଷୀ ଉତ୍ପାଦକ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଉତ୍ତମ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

10 + thirteen =