pakka

ମାଇକ୍ରୋ ଫାଇନାନ୍ସ କମ୍ପାନୀଗୁଡ଼ିକର ଅତ୍ୟାଚାର ପ୍ରତିବାଦରେ ଗରିବ ସେନାର ଗଣଧାରଣା ଓ ପ୍ରତିବାଦ ସଭା

bbehera

ଟିଟିଲାଗଡ଼, (ପ୍ରମୋଦ ସେଲମା) : ରାଜ୍ୟ ସରକାର ରାଜ୍ୟରେ ମହିଳା ସଶକ୍ତିକରଣକୁ ଗୁରୁତ୍ଵ ଦେଇ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା କରିବା ଉଦ୍ଦେଶ୍ୟରେ ସ୍ଵତନ୍ତ୍ର ମିଶନ ଶକ୍ତି ବିଭାଗ ଗଠନ କରିଛନ୍ତି । ଏପରିକି ଟିଟିଲାଗଡ଼ ସହର ତଥା ଗ୍ରାମାଞ୍ଚଳର ମହିଳାମାନଙ୍କୁ ସଂଗଠିତ କରି ବିଭିନ୍ନ ଏସ୍‌ଏଚ୍‌ଜି ଗୃପ ଗଠନ କରି ବିଭିନ୍ନ ମାଇକ୍ରୋ ଫାଇନାନ୍ସ କମ୍ପାନୀଗୁଡିକ ଏମାନଙ୍କୁ ସହଜରେ ଋଣ ମଧ୍ୟ ଯୋଗାଇ ଦେଉଛନ୍ତି । ତେବେ ଋଣ ଯୋଗାଇଦେବା ପରେ କମ୍ପାନୀ ମାନେ ମହିଳା ଗୋଷ୍ଠୀ ଉପରେ ଟଙ୍କା ଆଦାୟକୁ ନେଇ ଜୋରଜବରଦସ୍ତ କରିବା ସହ ଦୁର୍ବ୍ୟବହାର ମଧ୍ୟ କରୁଥିବା ନେଇ ବ୍ୟାପକ ଅଭିଯୋଗ ହୋଇଛି । ଏଭଳି ଘଟଣାଟି ଦେଖିବାକୁ ମିଳିଛି ଟିଟିଲାଗଡ ସହରରେ । ବିଭିନ୍ନ ମାଇକ୍ରୋ ଫାଇନାନ୍ସ କମ୍ପାନୀଗୁଡିକ ସହରର ବିଭିନ୍ନ ଏସ୍‌ଏଚ୍‌ଜି ଗୃପକୁ ଋଣ ଯୋଗାଇଦେବା ନାରେ ବିଭିନ୍ନ ପ୍ରକାର ଠକାମୀ କରୁଥିବା ଓ ଋଣ ନେଇଥିବା ମହିଳାମାନଙ୍କୁ ଟଙ୍କା ଆଦାୟ ସମୟରେ ଦୁର୍ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ଆଜି ଟିଟିଲାଗଡ ଗରିବ ସେନାର ସଭାପତି ବୀରେନ୍ଦ୍ର ବାଗଙ୍କ ନେତୃତ୍ୱରେ ଶତାଧିକ ମହିଳା ଏକତ୍ରିତ ହୋଇ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉପଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ପ୍ରକାଶ ଯେ, ଏହି ସହରରେ ୯୦୦ରୁ ଅଧିକ ଏସ୍‌ଏଚ୍‌ଜି ଗୃପ ଥିବା ବେଳେ ୨ ବର୍ଷ ତଳେ ମାଇକ୍ରୋ ଫାଇନାନ୍ସ କମ୍ପାନୀର ଜଣେ କର୍ମଚାରୀ କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଜେଲ ଯାଇଥିଲେ । ତେବେ ଏହି କମ୍ପାନୀଗୁଡ଼ିକ ନିୟମ ଖିଲାପ କରିବା ସହ ଜଣେ ଜଣେଙ୍କୁ ୧୦ଟି ଲେଖାଏ ଲୋନ ଦେଇଥିବା ଓ ଟଙ୍କା ଅସୁଲି ସମୟରେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ନେଇ ଅଭିଯୋଗ ହୋଇଛି । ଏହା ବ୍ୟତୀତ ଠକାମୀର ଶିକାର ହୋଇଥିବା ମହିଳାଙ୍କ ଋଣ ଛାଡ କରିବା ଓ ଠକାମୀ ସମ୍ଵନ୍ଧରେ ଅନୁସନ୍ଧାନ କରି ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଉପଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗରିବ ସେନାର ସଭାପତି ଶ୍ରୀ ବାଗ, କମିଟିର ସଦସ୍ୟଙ୍କ ସମେତ ଶତାଧିକ ମହିଳା ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

4 × 1 =

error: Content is protected !!